Categories: ଖେଳ

ରୋହିତ ଶର୍ମାଙ୍କ ୨୯ତମ ଶତକ: ଜୟସୁରିୟାଙ୍କୁ ପଛରେ ପକାଇଲେ

ବେଙ୍ଗାଲୁରୁ,୧୯।୧: ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ଦିନିକିଆ ମ୍ୟାଚ୍‌ ଚାଲିଛି। ଏହି ମ୍ୟାଚ୍‌ରେ ହିଟ୍‌ମ୍ୟାନ୍‌ ରୋହିତ ଶର୍ମା ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚରେ ୨୯ତମ ଶତକ ହାସଲ କରି ଶ୍ରୀଲଙ୍କାର ପୂର୍ବତନ ଓପନର୍‌ ସନତ ଜୟସୁରିୟାଙ୍କୁ ପଛରେ ପକାଇଛନ୍ତି। ଜୟସୁରିୟା ଏକଦିବସୀୟରେ ୨୮ଟି ଶତକ ହାସଲ କରିଥିଲେ। ଏହି ମ୍ୟାଚ୍‌ରେ ରୋହିତ ୧୦୯ଟି ବଲରୁ ଶତକ ଅର୍ଜନ କରିଥିଲେ। ବିଜୟଲକ୍ଷ୍ୟ ୨୮୭ ରନ୍‌ର ପିଛା କରି ଭାରତୀୟ ଦଳ ପ୍ରାରମ୍ଭରୁ ଭଲ ଖେଳ ପ୍ରଦର୍ଶନ କରିଥିଲା। ଦୁଇ ଓପନର୍‌ ରୋହିତ ଶର୍ମା ଏବଂ ଲୋକେଶ ରାହୁଲ ଅର୍ଦ୍ଧଶତକୀୟ ଭାଗିଦାରୀ କରିଥିଲେ। ରାହୁଲ ୧୯ ରନ କରି ଆଉଟ ହୋଇଥିବାବେଳେ ରୋହିତ ୧୧୯ ରନ୍‌ କରିଥିଲେ। ଏହାପରେ ଅଧିନାୟକ ବିରାଟ କୋହଲି ମଧ୍ୟ ଅର୍ଦ୍ଧଶତକ ହାସଲ କରି ଖେଲୁଛନ୍ତି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ଷ୍ଟିଭ ସ୍ମିଥଙ୍କ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୮୬ ରନ କରିଥିଲା। ଭାରତ ପ୍ରଥମ ଦିନିକିଆ ହାରିଥିବା ବେଳେ ଦ୍ୱିତୀୟ ଦିନିକିଆରେ ବିଜୟ ସହ ସିରିଜକୁ କମବ୍ୟାକ୍‌ କରିଥିଲା। ତେଣୁ ଆଜିର ମ୍ୟାଚ୍‌ ଯିଏ ଜିତିବ ସିରିଜ୍‌ ସେ ହାସଲ କରିବ।

Share