Categories: ଖେଳ

ରୋହିତ ସଫଳ

ବିଶାଖାପାଟଣା,୦୨।୧୦: ଦିନିକିଆ ଓ ଟି୨୦ ଭଳି ଟେଷ୍ଟ ଫର୍ମାଟରେ ଓପନର ଭାବେ ଭାରତୀୟ ଦଳର ସିନିୟର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ସଫଳ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଚଳିତ ଟେଷ୍ଟରେ ପ୍ରଥମ ଥର ଓପନିଂ କରିବାକୁ ସୁଯୋଗ ପାଇଥିବା ରୋହିତ ୧୧୫ ରନ୍‌ କରି ଅପରାଜିତ ରହିଛନ୍ତି। ଏହା ଟେଷ୍ଟ ଫର୍ମାଟରେ ରୋହିତଙ୍କ କ୍ୟାରିୟରର ୪ର୍ଥ ଶତକ। ୨୦୧୬ ପରେ ଏହା ତାଙ୍କର ପ୍ରଥମ ଟେଷ୍ଟ ଶତକ। ଉଲ୍ଲେଖଥାଉ କି, ରୋହିତ ୬ ବର୍ଷ ପୂର୍ବେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଟେଷ୍ଟ ପଦାର୍ପଣ କରିଥିଲେ। ପ୍ରଥମ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟରେ ୧୭୭ ରନ୍‌ କରିଥିଲେ। ଏହାପରେ ମୁମ୍ବାଇଠାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ରୋହିତ ୧୧୧ ରନ୍‌ କରିଥିଲେ। ଏହି ମ୍ୟାଚ୍‌ ଥିଲା କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ କ୍ୟାରିୟରର ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ। ପରେ ଦିନିକିଆ ଓ ଟି୨୦ ମ୍ୟାଚ୍‌ରେ ସଫଳ ହୋଇଥିଲେ ମଧ୍ୟ ଟେଷ୍ଟରେ ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ ରୋହିତ।

Share