Advertisement

ରୋହିତ ସେଟ୍ଟୀଙ୍କ ବଦାନ୍ୟତା

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ କରୋନା ମହାମାରୀର ମୁକାବିଲା ଲାଗି ସମସ୍ତେ ସହଯୋଗ କରିବାକୁ ଆଗେଇ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ରୋହିତ ସେଟ୍ଟୀ ଅନ୍ୟତମ। କିଛିଦିନ ତଳେ ଅମିତାଭ ବଚ୍ଚନ ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଥିବା ଶ୍ରମିକଙ୍କୁ ସାହାଯ୍ୟ କରିଥିବାବେଳେ ରୋହିତ ସେଟ୍ଟୀ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଛୋଟ ଫଟୋଗ୍ରାଫରଙ୍କ ଆକାଉଣ୍ଟରେ ଟଙ୍କା ପଠାଇ ସାହାଯ୍ୟ କରିଛନ୍ତି। ଲକ୍‌ଡାଉନ୍‌ ଯୋଗୁ ସବୁ ବନ୍ଦ ହୋଇଯାଇଛି। କାମ ବନ୍ଦ ହେବାରୁ ସେମାନେ ଏକପ୍ରକାର ବେରୋଜଗାର ହୋଇପଡ଼ିଛନ୍ତି। ଦୁଇଓଳି ଖାଇବା ପାଇଁ ମଧ୍ୟ ସେମାନଙ୍କ ପାଖେ ସକ୍ଷମତା ନାହିଁ। ଏହି ବିପଦ ସମୟରେ ରୋହିତ ସେମାନଙ୍କର ସାହାରା ବନିଛନ୍ତି। ସେ ସେହି ଫଟୋଗ୍ରାଫରଙ୍କ ଆକାଉଣ୍ଟକୁ ସହାୟତା ରାଶି ପଠାଇଛନ୍ତି। ଯେଉଁଥିରେ ସେମାନେ ସେମାନଙ୍କ ପରିବାରର ଗୁଜୁରାଣ ମେଣ୍ଟାଇ ପାରିବେ। ରୋହିତ ସାହାଯ୍ୟ କରି କହିଛନ୍ତି ଯେ, ଏମିତି ଲୋକ ଅଛନ୍ତି, ଯେଉଁମାନେ ଖାଇବାକୁ ପାଉନାହାନ୍ତି। ଦୟାକରି ସମସ୍ତେ ସେମାନଙ୍କୁ ସହଯୋଗ କରନ୍ତୁ। ଆମେ ସମସ୍ତେ କରୋନା ବିରୋଧରେ ମିଳିମିଶିି ଲଢ଼େଇ କଲେ ନିଶ୍ଚିତ ବିଜୟୀ ହେବା। ଏହି ବିପଦ କ୍ଷଣସ୍ଥାୟୀ। ସମସ୍ତେ ଏକାଠି ହୋଇ ଏହାର ସାମ୍ନା କଲେ ବିପଦ ଟଳିଯିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share