ରୟ, ମୋର୍ଗାନ ଆହତ

ସାଉଥାମ୍ପଟନ,୧୫।୬(ପି.ଟି.): ଇଂଲଣ୍ଡ ଦଳର ଅଧିନାୟକ ଇଅନ ମୋର୍ଗାନ ଓ ଓପନର ଜାସନ ରୟ ଆହତ ହୋଇଛନ୍ତି। ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ରୟଙ୍କ ମାଂସପେଶୀ ଟାଣି ହୋଇଯାଇଥିବାବେଳେ ମୋର୍ଗାନ ପିଠିରେ ଆଘାତ ଲାଗିଛି। ଦୁଇ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଆହତ ହୋଇଥିଲେ ମଧ୍ୟ ଦଳର ଭୟର ବାତାବରଣ ସୃଷ୍ଟି ହୋଇନାହିଁ। ମୋ ଅଣ୍ଟାରେ ଯନ୍ତ୍ରଣା ହେଉଛି। ସାଧାରଣତଃ ଏଥିରୁ ମୁକ୍ତ ହେବା ପାଇଁ କିଛି ଦିନ ଲାଗେ। ଏହା ଏପର୍ଯ୍ୟନ୍ତ ଅସ୍ପଷ୍ଟ। କିନ୍ତୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅଧିକ ତଥ୍ୟ ଜଣାପଡ଼ିବ। କାରଣ ଆଘାତ ଲାଗିବାର ଗୋଟିଏ ଦିନ ପରେ ହିଁ ସମସ୍ୟା ସମ୍ପର୍କରେ ଜଣାପଡ଼େ। ଜାସନଙ୍କ ଡାହାଣ ଗୋଡ଼ରେ ମାଂସପେଶୀ ଟାଣି ହୋଇଯାଇଛି। ଦୁଇ ଖେଳାଳି ଆହତ ହେବା ଦଳର ଚିନ୍ତାର କାରଣ। ହେଲେ ଏଥିରେ ଭୟଭିତ ହେବାର କିଛି ନାହିଁ ବୋଲି ମୋର୍ଗାନ କହିଛନ୍ତି। ଏଭଳି ସମସ୍ୟା ସତ୍ତ୍ୱେ ଇଂଲଣ୍ଡ ଦଳ ଓଲ୍ଡ ଟ୍ରାଫର୍ଡ ଗସ୍ତ କରିଛି। ଆୟୋଜକ ଦଳ ଏଠାରେ ଆଫଗାନିସ୍ତାନକୁ ଭେଟିବ।

Share