ଲଇକେରାରେ ଆରମ୍ଭ ହେଲା ସ୍ବାବ୍‌ ନମୁନା ସଂଗ୍ରହ

ଲଇକେରା, ୨୮।୪ (ଡି.ଏନ.ଏ.): ଝାରସୁଗୁଡା ଜିଲା ଲଇକେରା ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ସୋମବାର ସ୍ବାବ୍‌ ସଂଗ୍ରହ କେନ୍ଦ୍ର ଆରମ୍ଭ କରାଯାଇଛି । ପ୍ରଥମ ଦିନରେ ଲଇକେରା, କୋଲାବିରା ଓ କିର୍ମିରା ଆଦି ୩ଟି ବ୍ଲକରୁ ୧୦ ଜଣଙ୍କ ସ୍ବାବ୍‌ ସଂଗ୍ରହ କରାଯାଇ ଭୁବନେଶ୍ୱର ଆରଏମଆରସିକୁ ପରୀକ୍ଷା ପାଇଁ ପଠାଯାଇଛି ା ମୁଦ୍ରାଯୋର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡା. ଘନଶ୍ୟାମ ସୋରେନଙ୍କ ତତ୍ୱାବଧାନରେ ଟେକ୍‌ନିସିଆନ ହିମାଂଶୁ ପଟେଲ ସ୍ବାବ ନମୁନା ସଂଗ୍ରହ କରିଥିଲେ। ଡା. ଡୋଲାମଣି ପଟେଲ, ବିଶେଷଜ୍ଞ ଡା. ରତ୍ନାକର ଚୌଧୁରୀ, ମଧୁମିତା ସାହୁ, ପାଥୋଲୋଜିଷ୍ଟ ସିଲବନ୍ତି ଯୋଜୋ, ଟେକନେସିଆନ ରୀତା ପଟେଲ, ଜାମିନୀ ନାଏକଙ୍କ ସମତେ ସ୍ବାସ୍ଥ୍ୟକର୍ମୀମାନେ ଉପସ୍ଥିତ ରହି ସହେଯାଗ କରିଥିଲେ। ରାଜେଶ ପଟେଲ ପରିଚାଳନା କରିଥିଲେ।

Share