ଲକଡାଉନକୁ ନ ମାନି ବିବାହ ପାର୍ଟିରେ ଏକତ୍ରିତ: ୩ ଗିରଫ

କଣ୍ଟାପଡା,୨୪।୩(ଡି.ଏନ୍‌.ଏ.)- କରୋନା ପାଇଁ ସାରା ଓଡ଼ିଶା ଲକଡାଉନ ହୋଇଥିବାବେଳେ ଏହାକୁ ନ ମାନି ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ଅଭିଯୋଗରେ କଟକସଦର ପୋଲିସ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଏହି ଥାନାସ୍ଥିତ କାଜିପାଟଣା ଗ୍ରାମର ଇମରାନ ଖାଁ(୨୦), ଇରଫାନ ଖାଁ ଓ ଅଫସର ଖାଁ(୫୪)। ଏ ସଂକ୍ରାନ୍ତରେ ପୋଲିସ ନଂ. ୧୭୮/୨୦୨୦ ରୁଜୁ କରି ତଦନ୍ତ ଚଳାଇଛି। ପୋଲିସ ସୂଚନା ଅନୁଯାୟୀ, ସୋମବାର ଅପରାହ୍ନ ୩ଟାବେଳେ ସଦର ଥାନା ଏସ ଆଇ କାହ୍ନୁଚରଣ ସାହୁ ଓ କେତେକ କର୍ମଚାରୀ ପାଟ୍ରୋଲିଂ କରୁଥିଲେ। ସନ୍ଧ୍ୟା ପ୍ରାୟ ୬ଟା ୫୫ ସମୟରେ କାଜିପାଟଣା ଗ୍ରାମର ଜଣେ ବ୍ୟକ୍ତିଙ୍କ ଝିଅ ବାହାଘର ପାଇଁ ଘର ସମ୍ମୁଖରେ ବହୁଲୋକ ଉପସ୍ଥିତ ହୋଇଥିବା ସମ୍ପର୍କରେ ଖବର ପାଇଥିଲେ। ପୋଲିସ ଘଟଣାସ୍ଥଳକୁ ଯାଇ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଲକଡାଉନ ନିୟମର ସମ୍ପୂର୍ଣ୍ଣ ଉଲ୍ଲଂଘନ ହୋଇଥିବା ଜାଣିବାପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହି ବିବାହ ଘଟଣାର ମୁଖ୍ୟ ପୁରୋଧାଦ୍ୱୟ ଝିଅର ମାଆବାପା ଫେରାର ଥିବା ପୋଲିିସ କହିଛି।