ଲକଡାଉନ୍ ପରେ ହଟସ୍ପଟ୍ ଉପରେ କଡ଼ା ନଜର ରଖିବା ପାଇଁ ହେବ ସର୍ଭେଲାନ୍ସ

ନୂଆଦିଲ୍ଲୀ,୫ ।୪: ଭାରତରେ ଦେଖାଦେଇଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି ।  ଏହା ଏପ୍ରିଲ୍ ୧୪ରେ ଶେଷ ହେବ । ଅଧିକ କରୋନା ସଂକ୍ରମଣ ହୋଇଥିବା ଅଞ୍ଚଳରେ ଲକଡାଉନ୍ ପରେ ସର୍ଭେଲାନ୍ସ ଦ୍ୱାରା କଡ଼ା ନଜର ରଖାଯିବ । ହଟସ୍ପଟ୍ ଉପରେ କିଭଳି ନଜର ରଖାଯାଇପାରିବ ସେ ନେଇ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି । ସମ୍ପ୍ରତି ୯ଟି ଅଧିକ କରୋନା ସଂକ୍ରମିତ ଅଞ୍ଚଳରେ ୨୧ଟି କ୍ଲଷ୍ଟର ଦ୍ୱାରା ନଜର ରଖାଯାଉଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Share