ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ: ଜଣେ ଗିରଫ

ବାଲେଶ୍ୱର ଅଫିସ, ୧୧।୬: ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନ ଜାମୁଝାଡିଠାରେ ମଙ୍ଗଳବାର କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୩୨ କେଜି ଗଞ୍ଜେଇ ଜବତ ହୋଇଛି। ଏଥିରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେ ହେଲେ ପର୍ଶୁରାମ ଦଳାଇ । ସେ ବାଲେଶ୍ୱର ଓ ଭଦ୍ରକ ମଧ୍ୟରେ ଗଞ୍ଜେଇ ବ୍ୟବସାୟ କରୁଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ନୀରିକ୍ଷକ ଜଗ୍‌ଦିଶ ସାମଲ କହିଛନ୍ତି।