ଲକ୍ଷାଧିକ ଟଙ୍କାର ଜିଞ୍ଜର ସହ ପିକଅପ୍‌ ଜବତ, ଜଣେ ଗିରଫ

ବାଲେଶ୍ୱର ଅଫିସ, ୧୬।୭-ବାଲେଶ୍ୱର ଭ୍ରାମ୍ୟମାଣ ଅବକାରୀ ବିଭାଗ ସୋମବାର ପୂର୍ବାହ୍ନ ସମୟରେ ଶିଳ୍ପାଞ୍ଚଳ ଥାନା ବାମପଦା ଛକରେ ଗୋଟିଏ ପିକଅପ୍‌ ଭ୍ୟାନ୍‌ (ନଂ. ଓଡ଼ି୦୧ୟୁ୪୨୨୨)ରେ ଯାଉଥିବା ୨୫ପେଟି ଜିଞ୍ଜର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ଦେଢଲକ୍ଷ ଟଙ୍କା ହେବ। ଏହାକୁ ଚାଲାଣ କରୁଥିବା ଡ୍ରାଇଭର ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ଗିରଫ କରାଯାଇଛି। ତାଙ୍କ ଘର ବାସୁଦେବପୁର ଥାନା କୁମାରପୁର ଗ୍ରାମରେ।

ଦୀର୍ଘଦିନ ହେଲା ଝାଡ଼ଖଣ୍ଡ ରାଜ୍ୟ ଦେଓଘର ଜିଲାରେ ତିଆରି ହେଉଥିବା ଜିଞ୍ଜର ଓଡ଼ିଶାର ବିଭିନ୍ନ ଜିଲାକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଥିଲା। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଜିଲା ଅବକାରୀ ଅଧୀକ୍ଷକ ରାଜେଶ ଭୋତ୍ରାଙ୍କ ନିର୍ଦ୍ଦେଶରେ ଭ୍ରାମ୍ୟମାଣ ଥାନା ଆଇଆଇସି ଉଦେଲାଲ ନାୟକଙ୍କ ତତ୍ତ୍ୱାବଧାନରେ ସୂଚନା ପାଇ ଗାଡ଼ିକୁ ଅଟକାଯାଇଥିଲା। ଗାଡ଼ି ସମେତ ମାଦକ ଦ୍ରବ୍ୟ ଜବତ କରାଯିବା ସହ ଭ୍ରାମ୍ୟମାଣ ଅବକାରୀ ଥାନାରେ ମାମଲା (ନଂ. ୬୭/୧୯-୨୦) ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ସୂଚନାନୁସାରେ ଜିଞ୍ଜର ବୋତଲରେ ୮୬ରୁ ୯୦ ପ୍ରତିଶତ ଆଲକହଲ ରହୁଛି। ଯାହା ମଦଠାରୁ ଅଧିକ ନିଶା ହେବାରେ ସହାୟ ହେଉଛି। ୪୫୦ ଏମ୍‌.ଏଲ୍‌. ଜିଞ୍ଜରକୁ ବୋତଲରେ ପ୍ରିଣ୍ଟରେଟ୍‌ ଲେଖାହୋଇଥିବା ୧୧୫ ଟଙ୍କା ଥିବା ବେଳେ ଚୋରାରେ ୪ଶହ ଟଙ୍କା ନେଇ ବିକ୍ରି କରାଯାଉଛି। ଅନ୍ୟପକ୍ଷରେ ଗତ ଜାନୁୟାରୀ ୧୩ ତାରିଖରେ ଶେରଗଡ଼ସ୍ଥିତ ଟୋଲଗେଟ୍‌ ପଛରୁ ଏକ ଟ୍ରକ୍‌ରେ ଯାଉଥିବା ୧୦୦ପେଟି ଅର୍ଥାତ୍‌ (୨୨୫୦ ଲିଟର) ଧରା ପଡ଼ି ଟ୍ରକ୍‌ ସହ ଜବତ ହୋଇଥିଲା। ଏହିଭଳି ଅନେକ ନିଶା ମାଫିଆମାନେ ଜିଞ୍ଜରକୁ ନେଇ ଉପକୂଳ ଜିଲାଗୁଡ଼ିକରେ ଚୋରା କାରବାର ବିସ୍ତାର କରିବାରେ ସଫଳ ହୋଇଥିବା ଦେଖିବାକୁ ମିଳୁଛି। ଚଢ଼ାଉରେ ସହ ଉପନୀରିକ୍ଷକ ଚନ୍ଦ୍ର ମୋହନ ସେଠୀ ଓ କନଷ୍ଟେବଳ ପ୍ରହଲ୍ଲାଦ ବିଶ୍ୱାଳ ଓ ସେକ କଲିମ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୁତୁହୁତୁ ହୋଇ ଜଳିଗଲା ୭ ବଖରା

ସୋର,୨୨।୧୧: ବାଲେଶ୍ୱର ଜିଲା ନଟାପଡ଼ା ପଞ୍ଚାୟତ ଚହଳିମା ଗାଁରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୭ ବଖରା ଚାଳ ଘର ପୋଡି ନଷ୍ଟ ହୋଇଯାଇଛି।...

ଏକତରଫା ପ୍ରେମରୁ ତୁମୁଳକାଣ୍ଡ: ବିଚ୍‌ ରାସ୍ତାରେ ଯୁବକଙ୍କ ଗାଲକୁ ଶକ୍ତ ଚାପୁଡା ମାରିଲେ ଯୁବତୀ

ଭୁବନେଶ୍ବର,୨୨।୧୧: ମଞ୍ଚେଶ୍ବର ଥାନା ଅଧୀନ ଏକ ଘରୋଇ ହସ୍ପିଟାଲ ସମ୍ମୁଖରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। ରାସ୍ତା ମଝିରେ ଜଣେ ଯୁବତୀ ବାଇକ୍‌ରେ ବସିଥିବା ଜଣେ...

ଚାଷଜମିରେ ପାଣି ମଡ଼ାଇବାକୁ ନେଇ ହତ୍ୟା: ୨ ଗିରଫ

ଧରାକୋଟ,୨୧ା୧୧: ଗାଁ କୋଠ ଜମିରେ ପାଣି ମଡ଼ାଇବାକୁ କେନ୍ଦ୍ର କରି ଗତ ନଭେମ୍ବର ଦୁଇ ତାରିଖରେ ଧରାକୋଟ ଥାନା ଅନ୍ତର୍ଗତ କୁସରାବ ଗ୍ରାମରେ ଯୁଧିଷ୍ଠିର ଗୌଡ଼ଙ୍କ...

ମନ୍ଦିର ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଗଞ୍ଜାମ,୨୧ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ପ୍ରୟାଗି ଗ୍ରାମ ନିକଟସ୍ଥ ବାବା ଅଳେଶ୍ୱର ଶୈବ ପୀଠର ଦାନ ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଚୋରି...

ଭଲ ପାଉଥିଲେ ବି ବିବାହ ପ୍ରସ୍ତାବରେ ରାଜି ହେଲେ ନାହିଁ, ସ୍କୁଲରେ ପଶି ଶିକ୍ଷୟିତ୍ରୀଙ୍କୁ ହତ୍ୟା କଲେ…

ଚେନ୍ନାଇ, ୨୧।୧୧: ତାମିଲନାଡ଼ୁର ତଞ୍ଜାଭୁର ଜିଲା ମଲ୍ଲିପଟ୍ଟିନମ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରୁ ବୁଧବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ବିଦ୍ୟାଳୟର ଶିକ୍ଷୟିତ୍ରୀ...

ସୁପରଭାଇଜରଙ୍କୁ ଆକ୍ରମଣ କରି ଶିକାରୀ କୋର୍ଟ ଚାଲାଣ

ଗୋପାଳପୁର,୨୦ା୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ କୁସୁମି ଅଞ୍ଚଳରେ କାର୍ଯ୍ୟରତ ବିଦ୍ୟୁତ ବିଭାଗ ସୁପରଭାଇଜରଙ୍କୁ କାତିରେ ଆକ୍ରମଣ ମାମଲାରେ ସମ୍ପୃକ୍ତ ଯୁବକଙ୍କୁ...

ନାବାଳିକାଙ୍କୁ ବଳାତ୍କାର କରି ୨ ବର୍ଷ ପରେ ଜେଲ୍‌ ଗଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୨୦ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ଗତ ୨ ବର୍ଷରୁ ଊର୍ଦ୍ଧ୍ୱ ହେଲା...

ବହୁ ଚର୍ଚ୍ଚିତ ଘନା ଜଙ୍ଗଲରେ ଗଣବଳାତ୍କାର ମାମଲା: ୫ ବର୍ଷ ପରେ ପ୍ରକାଶ ପାଇଲା ରାୟ, ୬ ଅଭିଯୁକ୍ତଙ୍କୁ…

ଭବାନୀପାଟଣା/ଧର୍ମଗଡ଼,୨୦ା୧୧(ଉତ୍ତମ କୁମାର ଦାଶ/ଆକାଶ କୁମାର ଜଗତ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବନମାଳୀପୁରସ୍ଥିତ ଘନା ଜଙ୍ଗଲରେ ୫ ବର୍ଷ ତଳେ ହୋଇଥିବା ବହୁ ଚର୍ଚ୍ଚିତ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri