ଭବାନୀପାଟଣା,୧।୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅର୍ତ୍ତଲ ପଞ୍ଚାୟତ ଅଜରାଇ ଗାଁର ଚାଷୀମାନେ ଖଳାରେ ଧାନ ରଖିଥିବା ବେଳେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେବାରୁ ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ ହୋଇଯାଇଛି।
ସୂଚନାନୁଯାୟୀ, ଅଜରାଇ ଗାଁର ଚାଷୀ ଫଟୁ ସୁନା, କୁମାର ସୁନା, ଧନଞ୍ଜୟ ନାଏକ, ଦଶରଥ ସୁନା, ଟୁନୁ ସୁନା, କନ କୁମାର, କହଁର ହରିଜନ ପ୍ରମୁଖ ଚାଷୀ ଧାନ ଖଳାରେ ରଖିଥିଲେ । ହେଲେ ରାତିରେ ଚାଷୀମାନେ ଘରକୁ ଖାଇବାକୁ ଆସିଥିବା ବେଳେ କେହି ଧାନ ଗଦାରେ ନିଆଁ ଲଗାଇ ଦେଇଥିଲା । ଏ ସମ୍ପର୍କରେ ଚାଷୀମାନେ ବୋର୍ଡା ଫାଣ୍ଡିରେ ଅଭିଯୋଗ କରିବାପରେ ଫାଣ୍ଡି ଅଧିକାରୀ ଜୟଦେବ ତାରିଣୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । କ୍ଷୟକ୍ଷତିର ଆକଳନ କରାଯାଇ ପ୍ରଶାସନକୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ବୋର୍ଡା ରାଜସ୍ବ ନିରୀକ୍ଷକ ବବ୍ରୁବାହାନ ବିଶି କହିଛନ୍ତିା ପ୍ରଶାସନ ତୁରନ୍ତ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସାଧାରଣରେ ଦାବି ହେଉଛି ।
Posted inଆମ ଜିଲା ଖବର, କଳାହାଣ୍ଡି