Categories: ଜାତୀୟ

ଲକ୍ଷ୍ନୌରେ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳନ କରିବେ ପ୍ରିୟଙ୍କା

ନୂଆଦିଲ୍ଲୀ,୨୭।୧୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୨ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଶୁକ୍ରବାର ଯିବାର କାର୍ଯ୍ୟକ୍ରମ ରହିଛି। ଲକ୍ଷ୍ନୌରେ ସେ ଶୁକ୍ରବାର ପହଞ୍ଚିବା ସହ ସେଠାରେ ଶନିବାର କଂଗ୍ରେସର ୧୩୫ ତମ ପ୍ରତିଷ୍ଠା ଦିବସ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି। ଶୁକ୍ରବାର ସଂନ୍ଧ୍ୟାରେ ସେ ଉତ୍ତର ପ୍ରଦେଶର ରାଜଧାନୀରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଶନିବାର ୧୨ଟା ୩୦ରେ ଆଡଭାଇଜରି କାଉନସିଲ ଓ ଷ୍ଟ୍ରାଟେଜିଷ୍ଟଙ୍କ ସହ ଏକ ବୈଠକର ଆୟୋଜନ କରାଯାଇଛି। ସେହିଦିନ ସନ୍ଧ୍ୟାରେ ସେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ବୈଠକରେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ୧୮୮୫, ଡିସେମ୍ବର ୨୮ରେ କଂଗ୍ରେସ ଦଳ ପ୍ରତିଷ୍ଠା କରାଯାଇଥିବା ବେଳେ ଏବେ ଏହା ତା’ର ୧୩୫ ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି।

Share