ଲକ୍ଷ୍ନୌରେ କରୋନା ଜନିତ ପ୍ରଥମ ମୃତ୍ୟୁ

ଲକ୍ଷ୍ନୌ,୧୫।୪: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ କରୋନା ଜନିତ ପ୍ରଥମ ମୃତ୍ୟୁ ଘଟିଛି। ନଜିରାବାଦରେ ରହୁଥିବା ୬୪ ବର୍ଷୀୟ ବୃଦ୍ଧଙ୍କ ବୁଧବାର ଦ୍ୱିପ୍ରହରରେ କରୋନା ଭାଇରସ୍‌ରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବୃଦ୍ଧ ଜଣଙ୍କ ପୂର୍ବରୁ ଅନେକ ରୋଗରେ ପୀଡ଼ିତ ଥିବା ବେଳେ ସ୍ବାସ୍ଥାବସ୍ଥା ବିଗିଡିବାରୁ ତାଙ୍କୁ ପ୍ରଥମେ ଟ୍ରମା ସେଣ୍ଟରର କାଜୁଆଲିଟିରେ ରଖାଯାଇ ଚିକିତ୍ସା କରାଯାଇଥିଲା। ତେବେ ଶନିବାର ପୀଡ଼ିତ ରୋଗୀଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିବାରୁ ତାଙ୍କୁ କେଜିଏମ୍‌ୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ କୋଭିଡ-୧୯ ଓ୍ବାର୍ଡର ଭେଣ୍ଟିଲେଟରରେ ତାଙ୍କୁ ରଖାଯାଇ ଚିକିତ୍ସା କରାଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ବୁଧବାର ତାଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷେ ବୃଦ୍ଧଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ୬୫ ଚିକିତ୍ସକ ଓ ଡାକ୍ତରୀ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିବା ଜଣାପଡ଼ିଛି।

Share