Categories: ଜାତୀୟ

ଲକ୍ଷ୍ନୌରେ ଗଡ଼ିଲା ତେଜସ ଏକ୍ସପ୍ରେସ: ଯୋଗୀ ଆଦିତ୍ୟନାଥ କଲେ ଶୁଭାରମ୍ଭ

ଲକ୍ଷ୍ନୌ,୪।୧୦: ଦେଶର ପ୍ରଥମ ପ୍ରାଇଭେଟ ଟ୍ରେନ ତେଜସ ଏକ୍ସପ୍ରେସ ଶୁକ୍ରବାର ଟ୍ରାକ୍‌ରେ ଗଡ଼ିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌ ଷ୍ଟେସନରେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ ଲକ୍ଷ୍ନୌରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଅକ୍ଟୋବର ୬ରୁ ଏହା ବ୍ୟାବସାୟିକ ଯାତ୍ରା ଆରମ୍ଭ କରିବ। ତେଜସ ଏକ୍ସପ୍ରେସ ମଙ୍ଗଳବାର ବ୍ୟତୀତ ସପ୍ତାହର ବାକି ୬ଦିନ ଚଳାଚଳ କରିବାକୁ ଥିବା ବେଳେ ଟ୍ରେନ ବିଳମ୍ବ ହେଲେ ଯାତ୍ରୀମାନଙ୍କୁ ଏହାର କ୍ଷତିପୂରଣ ଦିଆଯିବ। ଏକ ଘଣ୍ଟାରୁ ଅଧିକ ବିଳମ୍ବ ହେଲେ ୧୦୦ଟଙ୍କା ଓ ୨ଘଣ୍ଟାରୁ ଅଧିକ ବିଳମ୍ବ ହେଲେ ୨୫୦ଟଙ୍କା ଦିଆଯିବ ବୋଲି ସୂଚନା ମିଳିଛି।

Share