Categories: ଜାତୀୟ

ଲକ୍ଷ୍ନୌରେ ବଢ଼ିଲା ଇଣ୍ଟରନେଟ ସେବା ବନ୍ଦ ଅବଧି

ଲକ୍ଷ୍ନୌ,୨୪।୧୨: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଇଣ୍ଟରନେଟ ସେବା ବନ୍ଦ ମଙ୍ଗଳବାର ୫ମ ଦିନରେ ପହଞ୍ଚିଛି। ଇଣ୍ଟରନେଟ ସେବା ବନ୍ଦର ଅବଧିକୁ ବୃଦ୍ଧି କରାଯାଇ ବୁଧବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଲକ୍ଷ୍ନୌ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଲୋକ ଭବନରେ ତାଙ୍କର ପ୍ରତିମାକୁ ଉନ୍ମୋଚନ କରିବେ। ତେବେ ସୁରକ୍ଷାକୁ ନଜରରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି। ସୂଚନା ମୁତାବକ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ସହରରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ଡିସେମ୍ବର ୧୯ରୁ ସହରରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି।

Share