Categories: ଜାତୀୟ

ଲକ୍ଷ୍ନୌ, ନଏଡାରେ ରହିବେ ପୋଲିସ କମିଶନର

ଲକ୍ଷ୍ନୌ,୧୩।୧: ଉତ୍ତର ପ୍ରଦେଶର ଲକ୍ଷ୍ନୌ ଓ ନଏଡାରେ କମିଶନରେଟ ବ୍ୟବସ୍ଥା ଲାଗୁ କରିବାକୁ ନେଇ ସୋମବାର ଉତ୍ତର ପ୍ରଦେଶ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଲକ୍ଷ୍ନୌରେ ସୁଜିତ ପାଣ୍ଡେଙ୍କୁ କମିଶନର ଭାବେ ନିଯୁକ୍ତ କରାଯିବ ବୋଲି ଜଣାପଡିଛି। ସେହିପରି ଆଲୋକ ସିଂଙ୍କୁ ନଏଡା ପୋଲିସ କମିଶନର କରାଯିବ ବୋଲି ସୂଚନା ମିଳିିଛି। ସୂଚନାଯୋଗ୍ୟ, ୧୫ ରାଜ୍ୟର ପ୍ରାୟ ୭୧ ସହରରେ କମିଶନରେଟ ବ୍ୟବସ୍ଥା ପୂର୍ବରୁ ଲାଗୁ ହୋଇସାରିଛି। ଉତ୍ତର ପ୍ରଦେଶରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ପୂର୍ବରୁ ପ୍ରସ୍ତାବ ଥିଲେ ମଧ୍ୟ ଅମଲାତନ୍ତ୍ରର ଚାପରେ ଏହା କାର୍ଯ୍ୟକାରୀ ହୋଇପାରୁ ନ ଥିଲା।

Share