ଲକ୍ଷ୍ମୀଙ୍କ ପ୍ରତିକ ଭାବେ ନୂଆ କାର୍‌ରେ ନିଜ ଝିଅର ଅଳତା ପାଦ ଚିହ୍ନ ଲଗାଇଲେ ନାଗେଶ

ମୁମ୍ବାଇ,୯।୧: ମହାରାଷ୍ଟ୍ରର ଜଣେ ବ୍ୟକ୍ତି ଏବେ ଏକ ଟିକ୍‌ଟକ୍‌ ଭିଡିଓ ମାଧ୍ୟମରେ ଆସିଛନ୍ତି ଚର୍ଚ୍ଚାକୁ। ସେ ତାଙ୍କର ଏକ ନୂଆ କାର୍‌ କିଣିବା ପରେ ଲକ୍ଷ୍ମୀଙ୍କ ପ୍ରତିକ ଭାବେ ନିଜ ୨ ବର୍ଷ ଝିଅର ପାଦକୁ ଅଳତାରେ ବୁଡାଇ କାର୍‌ର ସାମ୍ନା ପଟରେ ଲଗାଇବା ଦୃଶ୍ୟ ଏବେ ସମସ୍ତଙ୍କ ମନକୁ ଛୁଇଁ ପାରିଛି। ସୋସିଆଲ ମିଡିଆ ୟୁଜରଙ୍କ ସମେତ ମନ୍ତ୍ରୀ ଅଶୋକ ଚୌହାନ ମଧ୍ୟ ତାଙ୍କର ପ୍ରଶଂସା କରିଛନ୍ତି। କୋହ୍ଲାପୁରରେ ରହୁଥିବା ନାଗେଶ ପାଟିଲ ଗତ ବୁଧବାର ନୂଆ କାର୍‌ କିଣିବା ପରେ ଏହାର ପୂଜା କରିଥିଲେ। ଏହାପରେ ନାଗେଶ ତାଙ୍କ ଦୁଇ ବର୍ଷ ଝିଅର ପାଦକୁ ଅଳତାରେ ବୁଡାଇ ଏହାର ଏକ ଛାପ କାର୍‌ ବନେଟ୍‌ ଉପରେ ଲଗାଇ ଦେଇଥିଲେ। ଏହାର ଏକ ଭିଡିଓ ସେ ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଏହା ଭାଇରାଲ ହୋଇଯାଇଥିଲା। ଏହି ଭିଡିଓକୁ ଯିଏ ବି ଦେଖିଥିଲେ ସମସ୍ତେ ତାଙ୍କର ପ୍ରଶଂସା କରିଥିଲେ। ମହାରାଷ୍ଟ୍ରର କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚୌହାନ ନାଗେଶଙ୍କ ସହ ଫୋନରେ କଥା ହେବା ହୋଇ ତାଙ୍କୁ ସାକ୍ଷାତ୍‌ କରିବେ ବୋଲି କହିଥିବା ଶୁଣିବାକୁ ମିଳିଛି।

Share