ଛତ୍ରପୁର,୨୩ା୧୦(ଡି.ଏନ.ଏ.) ଛତ୍ରପୁର ଏନ୍ଏସିର ତତ୍କାଳୀନ ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ଓରଫ ବଚ୍ଚନଙ୍କୁ ୨୦୧୭ ସେପ୍ଟେମ୍ବର ୧୬ରେ ତାଙ୍କ ଘର ଆଗରେ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା। ଏହି ମାମଲାରେ ଶୁଣାଣି ନଭେମ୍ବର ୫ରେ ହେବ ବୋଲି ବୁଧବାର ଏଡିଜେ କୋର୍ଟ ଧାର୍ଯ୍ୟ କରିଛନ୍ତି। ଉକ୍ତ ଦିନ ଚାର୍ଜଫ୍ରେମ ହେବାକୁ ଥିବାରୁ ଏହି ମାମମଲାର ସମସ୍ତ ଅଭିଯୁକ୍ତ କୋର୍ଟରେ ହାଜର ହେବେ। ଏଥିସହ ଏହି ହତ୍ୟା ମାମଲାର ୨ ଅଭିଯୁକ୍ତଙ୍କ ପକ୍ଷରୁ ହୋଇଥିବା ଜାମିନ୍ ଆବେଦନ ଉପରେ ମଧ୍ୟ ଏଡିଜେଙ୍କ କୋର୍ଟରେ ଉକ୍ତ ଦିନ ଶୁଣାଣି ହେବ। ଏହି ମାମଲାରେ ସମ୍ପୃକ୍ତ ୫ ଜଣଙ୍କ ପକ୍ଷରୁ କୋର୍ଟରେ ଡିସ୍ଚାର୍ଜ ପିଟିଶନ ପୂର୍ବରୁ ଦାଖଲ ହୋଇସାରିଛି। ଏହାଉପରେ ମଧ୍ୟ ଏଡିଜେ କୋର୍ଟ ଶୁଣାଣି କରିବେ ବୋଲି ଜଣାପଡିଛି। ଉକ୍ତ ହତ୍ୟା ମାମଲାରେ ୧୯ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ଏଥିରୁ ବର୍ତ୍ତମାନ ସୁଦ୍ଧା ୨ ଜଣ ଜାମିନ ପାଇଛନ୍ତି।