ଲକ୍ଷ୍ମୀଦତ୍ତ ହତ୍ୟା ମାମଲା : ୨ ଜଣଙ୍କ ଜାମିନ ଆବେଦନ, ୨୩ରେ ଶୁଣାଣି

ଛତ୍ରପୁର,୪ା୧୦(ଡି.ଏନ.ଏ.): ଛତ୍ରପୁର ଏନ୍‌ଏସିର ତତ୍କାଳୀନ ବିଜେଡି କାଉନ୍‌ସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ୨୦୧୭ ସେପ୍ଟେମ୍ବର ୧୬ରେ ତାଙ୍କ ଘର ଆଗରେ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା ା ଏହି ମାମଲାରେ ସମ୍ପୃକ୍ତ ଏନ୍‌.ଈଶ୍ୱର ରେଡ୍ଡୀ ଓ କୁନା ନାୟକଙ୍କ ପକ୍ଷରୁ ଗୁରୁବାର ଜାମିନ୍‌ ଆବେଦନ ହୋଇଛି ା ଅପରପକ୍ଷରେ ଅନ୍ତରୀଣ ଜାମିନ ପାଇଥିବା କୃଷ୍ଣ ଚନ୍ଦ୍ର ନାୟକ ଗୁରୁବାର କୋର୍ଟରେ ଆମତ୍ସମର୍ପଣ କରିଥିଲେ । ପରେ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି ା ଏହି ମାମଲାରେ ସମ୍ପୃକ୍ତ ୫ ଜଣଙ୍କ ପକ୍ଷରୁ କୋର୍ଟରେ ଡିସ୍‌ଚାର୍ଜ ପିଟିଶନ ଦାଖଲ କରାଯାଇଛି ା ଏହାଉପରେ ୨୩ ତାରିଖରେ ଶୁଣାଣି ହେବ ବୋଲି ଛତ୍ରପୁର ଏଡିଜେ ଶିଖା ରାଣୀ ରଥ ଧାର୍ଯ୍ୟ କରିଛନ୍ତିି ା
ଅନ୍ୟତମ ଅଭିଯୁକ୍ତ ସୁଶୀଲ ନାୟକଙ୍କ ଦେହ ଖରାପ ଥିବାରୁ କୋର୍ଟରେ ସେ ହାଜର ହୋଇପାରି ନ ଥିଲେ ା ଏନେଇ ତାଙ୍କର ମେଡିକାଲ ସାର୍ଟିଫିକେଟ୍‌ କୋର୍ଟରେ ଦାଖଲ ହୋଇଥିଲା ା ଏହି ମାମଲାରେ ୧୯ ଜଣ ଗିରଫ ହୋଇଥିଲେ। ଏଥିରୁ ୨ ଜଣ ଜାମିନ ପାଇଛନ୍ତି ା ସରକାରଙ୍କ ପକ୍ଷରୁ ଓକିଲ ରମେଶ ଚନ୍ଦ୍ର ଚୌଧୁରୀ ଓ ଡମିନାଥ ସାହୁ ମାମଲା ପରିଚାଳନା କରିଥିଲେ ା