Advertisement

ଲକ୍ଷ୍ମୀପୂଜା ମଣ୍ଡପ ଉଦ୍‌ଘାଟିତ

ଦେବଗଡ଼, ୧୦।୧(ଡ଼ି.ଏନ୍‌.ଏ.)-ତିଲେଇବଣୀ ବ୍ଲକର ବଣିଆଁକିଲିଣ୍ଡା ପଞ୍ଚାୟତ ଅଧିନ ସୁନାମୁଣ୍ଡା ଗ୍ରାମରେ ଲକ୍ଷ୍ମୀପୂଜା ମଣ୍ଡପ ଉଦ୍‌ଘାଟିତ ହୋଇଯାଇଛି। ସମ୍ବଲପୁର ଏମ୍‌ପି ରାଜା ନିତେଶ ଗଙ୍ଗଦେବ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉକ୍ତ ପୂଜା ମଣ୍ଡପକୁ ଉଦ୍‌ଘାଟନ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଦେବଗଡ଼ ଜିଲା ପରିଷଦ ଅଧ୍ୟକ୍ଷା ସୁଧାମୟୀ ପଟେଲ, ଆଇନଜୀବୀ ସଚ୍ଚିକାନ୍ତ ଦାଶ, ସମିତି ସଭ୍ୟ ପ୍ରଦୀପ ନାଏକ, ରାମ ଚନ୍ଦ୍ର ପ୍ରଧାନ, ରଣଜିତ ପଟେଲ, ଯୋଗେଶ ପ୍ରଧାନ, ଲିଙ୍ଗରାଜ ପ୍ରଧାନ, ଗୋବର୍ଦ୍ଧନ ପ୍ରଧାନ, ଟୁଲୁ ସାହୁ, ମାନସି ସାହୁ, ବାଣେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ରହି ସୁନାମୁଣ୍ଡା ଗ୍ରାମର ଉନ୍ନତି ବିଷୟରେ ଆଲୋଚନା କରିଥିଲେ ା

Subscribe to Dharitri WhatsApp ChannelSubscribe to Dharitri WhatsApp Channel