Categories: ଖେଳ

ଲକ୍ଷ୍ୟଙ୍କୁ କ୍ୟାରିୟର ଶ୍ରେଷ୍ଠ ମାନ୍ୟତା

ନୂଆଦିଲ୍ଲୀ, ୧୫।୧୦- ଭାରତୀୟ ଯୁବ ବ୍ୟାଡ୍‌ମିଣ୍ଟନ ତାରକା ଲକ୍ଷ୍ୟ ସେନ୍‌ଙ୍କୁ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା ମିଳିଛି। ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ପକ୍ଷରୁ ସଦ୍ୟ ପ୍ରକାଶିତ ର଼୍ୟାଙ୍କିଙ୍ଗ୍‌ରେ ୧୮ ବର୍ଷୀୟ ଲକ୍ଷ୍ୟ ଏକାଥରରେ ୨୦ ପାହାଚ ଉପରକୁ ଉଠି ୫୧ତମ ସ୍ଥାନ ଲାଭ କରିଛନ୍ତି। ରବିବାର ଲକ୍ଷ୍ୟ ଡଚ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ ଟାଇଟଲ୍‌ ଜିତିଥିଲେ। ଏଥିଯୋଗୁ ତାଙ୍କ ର଼୍ୟାଙ୍କିଙ୍ଗ୍‌ରେ ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହୋଇଛି। ଡଚ୍‌ ଓପନ୍‌ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଲକ୍ଷ୍ୟ ୧୫-୨୧, ୨୧-୧୪, ୨୧-୧୫ ଗେମ୍‌ରେ ଜାପାନର ୟୁସୁକେ ଓନୋଡେରାଙ୍କୁ ପରାସ୍ତ କରି ଚାମ୍ପିୟନ ହୋଇଥିଲେ। ଏହା ତାଙ୍କ କ୍ୟାରିୟରର ପ୍ରଥମ ବିଡବ୍ଲ୍ୟୁଏଫ୍‌ ଟାଇଟଲ୍‌ ଥିଲା।

Share