ଲକ୍ଷ୍ୟପଥରୁ ଦୂରଉଛି ଆର୍‌ଏସ୍‌ଏସ୍‌: ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ, ୬।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିଲା, ଏବେ ସେଥିରୁ ଦୂରେଇଯାଉଛି ବୋଲି କହିଛନ୍ତି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ। ସୋମବାର ଶଙ୍କରାଚାର୍ଯ୍ୟ ମଠରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସେ ଆର୍‌ଏସ୍‌ଏସ୍‌ ଉପରେ ବର୍ଷିଛନ୍ତି। ସେ କହିଥିଲେ, ଆର୍‌ଏସ୍‌ଏସ୍‌ ଅଯଥା ଧାର୍ମିକ, ସାଂସ୍କୃତିକ ଓ ରାଜନୀତି କ୍ଷେତ୍ରରେ ହସ୍ତକ୍ଷେପ ନ କରି ସେବା କାର୍ଯ୍ୟରେ ମନୋନିବେଶ କରୁ। ୨୦୨୦ରେ ଆରଏସ୍‌ଏସ୍‌ ଦ୍ୱାରା ସେନା ସ୍କୁଲ ଖୋଲାଯିବା ନେଇ ପ୍ରଶ୍ନର ଉତ୍ତରରେ ସଂଘ ଚାଳକ ମୋହନ ଭାଗବତ୍‌ଙ୍କୁ ଏ ସଂକ୍ରାନ୍ତରେ ପଚାରିଲେ ତାହା କହିପାରିବେ ବୋଲି ପ୍ରକାଶ କରିଥିଲେ। ଶଙ୍କରାଚାର୍ଯ୍ୟ ଆହୁରି କହିଛନ୍ତି ଯେ, ସ୍ବତନ୍ତ୍ର ଭାରତରେ ଭାରତୀୟମାନେ ସ୍ବତନ୍ତ୍ର ନୁହନ୍ତି। ବିଦେଶୀ କୂଟନୀତି ଦ୍ୱାରା ଭାରତ ପରିଚାଳିତ ହେଉଛି। ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରି ଇଂରେଜମାନେ ଦେଶକୁ ବିଭାଜନ କରି ପାକିସ୍ତାନ ସୃଷ୍ଟି କରିବାରେ ସଫଳ ହୋଇଥିଲେ। ପାକିସ୍ତାନରେ ଆତଙ୍କବାଦୀଙ୍କୁ ସୃଷ୍ଟି କରିବା ପଛରେ ବିଦେଶୀ ଖ୍ରୀଷ୍ଟିଆନଙ୍କ ହାତ ରହିଛି। ଭାରତ ସ୍ବାଧୀନ ହେବା ପରଠାରୁ କେତେଜଣ ପ୍ରଧାନମନ୍ତ୍ରୀ ଦେଶକୁ ୯ଥର ବିଭାଜନ କରିଛନ୍ତି। ବିଖଣ୍ଡିତ ଭାରତରେ ହିନ୍ଦୁମାନଙ୍କ କୌଣସି ଅସ୍ତିତ୍ୱ ନାହିଁ। ଆଇପିଏସ୍‌ ଏବଂ ଆଇଏଏସ୍‌ ପାଠ୍ୟକ୍ରମ ବିଦେଶୀ ରାଷ୍ଟ୍ର ଦ୍ୱାରା ଲାଗୁ କରାଯାଇଛି। ଦେଶର ବିକାଶ କ୍ଷେତ୍ରରେ ଆଇପିଏସ୍‌ ଏବଂ ଆଇଏଏସ୍‌ମାନଙ୍କ ରାଷ୍ଟ୍ରୀୟତାର ଅଭାବ ରହିଛି। ଭାରତର ବୈଦିକ ସଂସ୍କୃତି, ବୈଦିକ ଗଣିତ ବିଶ୍ୱକୁ ମାର୍ଗଦର୍ଶନ କରୁଛି। ବିଦେଶରେ ଏହାର ଆଦର ରହିଛି। ଅଥଚ ଭାରତର ମେଧାଶକ୍ତିକୁ ଭାରତରେ ଉପେକ୍ଷା କରାଯାଉଛି। ଭାରତୀୟଙ୍କ ବୁଦ୍ଧି ବିଚାର ବଳରେ ବିଦେଶୀ ରାଷ୍ଟ୍ରର ଅର୍ଥନୈତିକ ବିକାଶ ସମୃଦ୍ଧି ଲାଭ କରିଛି। ମାତ୍ର ଭାରତର ଅର୍ଥନୀତି ପତ୍ତନ ଘଟୁଛି। ଏଥିଲାଗି ବିଚାରବିମର୍ଷ ଜରୁରୀ। ଶଙ୍କରାଚାର୍ଯ୍ୟଙ୍କ ମାର୍ଗଦର୍ଶନକୁ ବିଶ୍ୱ ଗ୍ରହଣ କରୁଛି। ଅଥଚ ଭାରତରେ ଶଙ୍କରାଚାର୍ଯ୍ୟଙ୍କୁ ଉପେକ୍ଷା କରାଯାଉଛି। ଧାର୍ମିକ କ୍ଷେତ୍ରରେ ତାଙ୍କୁ ଗୁରୁତ୍ୱ ଦିଆଯାଉନାହିଁ। ଭାରତ ଅତିଥି ଦେବୋ ଭବଃ ନୀତିରେ ବିଶ୍ୱାସ କରେ। ତେଣୁ ଆମେ ଦଲାଇଲାମାଙ୍କୁ ଶରଣ ଦେଲୁ। ଏହା ପ୍ରଭାବରେ ଚାଇନାର ଆତଙ୍କବାଦୀ ଭାରତରେ ପଶିବାର ସୁଯୋଗ ପାଇଲେ। ଚାଇନା ଆମ ଦେଶର ଶତ୍ରୁ। ଭାରତରେ ଚାଇନାର ସମସ୍ତ ସାମଗ୍ରୀ ବର୍ଜନ କରାଯାଉ। ଚାଇନାକୁ କୌଣସି କଞ୍ଚାମାଲ ଦିଆ ନ ଯାଉ। ଭାରତର ପ୍ରାକୃତିକ ଖଣିଜ ସମ୍ପଦକୁ ଭାରତ ନିଜେ ବ୍ୟବହାର କରୁ। ସେ କହିଲେ ଯେ, ଶଙ୍କରାଚାର୍ଯ୍ୟ ପଦରେ ଆସୀନ ହେବା ପରେ ଏବଂ ଏହା ପୂର୍ବରୁ ମୁଁ ଖ୍ରୀଷ୍ଟିଆନମାନଙ୍କୁ ବିରୋଧ କରିନାହିଁ କି କରୁନାହିଁ। ସେମାନଙ୍କୁ ସ୍ନେହ, ଶ୍ରଦ୍ଧା ପୂର୍ବକ ସନ୍ଦେଶ ଦେବାକୁ ଚାହେଁ ଯେ, ଦେଶର ଷଡ଼ଯନ୍ତ୍ରରୁ କ୍ଷାନ୍ତ ରୁହନ୍ତୁ। ସୀମାବର୍ତ୍ତୀ ଅଞ୍ଚଳରେ ଲୋକଙ୍କୁ ସୁଶିକ୍ଷିତ, ସଂସ୍କୃତି ସମ୍ପନ୍ନ ଓ ରାଷ୍ଟ୍ରୀୟତା ଭାବ ଜାଗ୍ରତ କରାଯାଉ। ଏହାଦ୍ୱାରା ରାଷ୍ଟ୍ରୀୟ ଭାବନାର ଗଙ୍ଗା ପ୍ରବାହିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): ଛାତ୍ରୀଛାତ୍ରଙ୍କ ଶିକ୍ଷାର ବିକାଶ ସହ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଉଛି । ଏଥିପାଇଁ ପ୍ରତିବର୍ଷ ବିଭିନ୍ନ...

ବୃଦ୍ଧଙ୍କ ଉପରେ ବୋଝ: ରୋଗଣା ସ୍ତ୍ରୀ, ମାନସିକ ବିକୃତ ଝିଅପୁଅ

ଆଳି,୨୮ା୯(ବନମାଳୀ ସେନାପତି): ହସଖୁସିରେ ପୂରି ଉଠୁଥିବା ସଂସାର ଉପରେ ଏବେ ଦୁଃଖର କଳା ବାଦଲ ଘୋଟିଯାଇଛି। ବୃଦ୍ଧ ଅବସ୍ଥାରେ ରୋଗଣା ସ୍ତ୍ରୀ, ମାନସିକ ବିକୃତ ଝିଅପୁଅଙ୍କ...

ଧାର୍ମିକ, ପରିବେଶ ପର୍ଯ୍ୟଟନ କ୍ଷେତ୍ରକୁ ଅବହେଳା, ପୂରଣ ହେଉନି ଅଧିକାରୀ ପଦବୀ

କେନ୍ଦ୍ରାପଡ଼ା,୨୮ା୯ (ଜଗନ୍ନାଥ ଧଳ): ରାଜ୍ୟ ଶାସନର ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ଗତ ୨୨ ତାରିଖରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା କେନ୍ଦ୍ରାପଡ଼ା...

ଭଦ୍ରକରେ ଇଣ୍ଟରନେଟ୍‌ ସେବା ବନ୍ଦ: ୧୦ ଗିରଫ

ଭଦ୍ରକ,୨୮।୯: ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ତୁମୁଳକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥରମାଡ଼ କରିଛନ୍ତି।...

୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍‌: ୪ ମୃତ

ଜଳେଶ୍ୱର,୨୮।୯: ୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍‌। ଫଳରେ ୨୩ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା...

ଅନାହାରରେ ଆଖି ବୁଜିଲେ ମହିଳା

ନିଶ୍ଚିନ୍ତକୋଇଲି, ୨୮।୯(ଅଶୋକ କୁମାର ମହାପାତ୍ର):ଅନାହାରରେ ଜଣେ ବିଧବା ମହିଳା ଆଖିବୁଜିଛନ୍ତି। କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ପଞ୍ଚାୟତ ମୁକୁନ୍ଦପୁର ଗଁାରେ ଶୁକ୍ରବାର ଘଟିଛି ଏହି...

ପିଆଜ ବିକିଲେ ସରକାର

ଭୁବନେଶ୍ୱର,୨୭।୯: ଖୁଚୁରା ବଜାରରେ ପିଆଜ ଦର ଆକାଶଛୁଆଁ ହୋଇଛି। କେଉଁଠି ପିଆଜ କିଲୋ ୬୦ ତ ପୁଣି କେଉଁଠି ୭୦ ଛୁଇଁଲାଣି। ଏହାକୁ ଦୃଷ୍ଟିରେ ରଖି...

ସୋସିଆଲ ମିଡିଆ ପୋଷ୍ଟରୁ ଭଦ୍ରକରେ ଅଶାନ୍ତି: ସନ୍ଥିଆରେ ୧୬୩ ଧାରା ଜାରି

ଭଦ୍ରକ,୨୭ା୯(ସନାତନ ରାଉତ): ସୋସିଆଲ ମିଡିଆରେ ଅଶାଳୀନ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଲୋକେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri