Categories: ଖେଳ

ଲକ୍ଷ୍ୟ ଜିତିଲେ ବେଲଜିଆନ ଟାଇଟଲ

ଲେଉଭେନ୍‌ (ବେଲଜିୟମ),୧୫ା୯ (ପି.ଟି.)- ଭାରତର ଉଦୀୟମାନ ବ୍ୟାଡ୍‌ମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍‌ ବେଲଜିଆନ ଇଣ୍ଟରନ୍ୟାଶନାଲ ଚ୍ୟାଲେଞ୍ଜ ପୁରୁଷ ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲରେ ସେ ଦ୍ୱିତୀୟ ସିଡ୍‌ ତଥା ଡେନମାର୍କର ଭିକ୍ଟର ସ୍ବେଣ୍ଡ୍‌ସେନ୍‌ଙ୍କ ବିପକ୍ଷରେ୨୧-୧୪, ୨୧-୧୫ରେ ଚମକପ୍ରଦ ବିଜୟ ହାସଲ କରିଛନ୍ତି। ଏହି ମ୍ୟାଚ ୩୪ ମିନିଟ ଧରି ଚାଲିଥିଲା। ଆଲମୋରାର ୧୮ବର୍ଷୀୟ ଲକ୍ଷ୍ୟ ଶୁକ୍ରବାର ସେମିଫାଇନାଲରେ ଡେନମାର୍କର କିମ୍‌ ବ୍ରୁନ୍‌ଙ୍କୁ ୨୧-୧୮, ୨୧-୧୧ରେ ହରାଇ ଦେଇଥିଲେ।

Share