Categories: ଫୁରସତ

ଲକ୍‌ଜ୍ୟୁରିୟସ୍‌ ଭାସମାନ ମାନସନ୍‌

ଧନୀ ବ୍ୟକ୍ତିମାନେ ବିଳାସମୟ ୟଟ୍‌ରେ ଛୁଟି କାଟିବାକୁ ବହୁତ ଭଲ ପାଆନ୍ତି। ତେବେ ୟଟ୍‌ଟି ଯଦି ବିଳାସମୟ ଘର ଭଳି ହୋଇଥିବ ମଜା ଆହୁରି ବଢିଯିବ। ସେମିତି ଏକ ୟଟ୍‌ ହେଉଛି ଅର୍କୁପ୍‌। ୪,୩୦୦ ବର୍ଗ ଫୁଟ୍‌ର ଏହି ୟଟ୍‌ଟି ମଡର୍ନ ଭିଲ୍ଲା ପରି ଡିଜାଇନ୍‌ ହୋଇଛି। ବାହାରୁ ଦେଖିବାକୁ ଏହା ଏକ ଆଧୁନିକ ଘର ପରି। ଏହା ଏକ ହାଉସ୍‌ ୟଟ୍‌। ତେଣୁ ଏହା ଯେବେ ପାଣିରେ ଭାସେ ଲୋକେ ଦେଖି ତାଜୁବ ହୋଇଯାଆନ୍ତି। ଏହାମଧ୍ୟରେ ଚାରୋଟି ବେଡ୍‌ରୁମ୍‌, ଏକ ଲିଭିଂ ରୁମ୍‌, କିଚେନ୍‌, ବାଥରୁମ୍‌, ସୁଇମିଂ ପ୍ଲାଟଫର୍ମ, ସୋଲାର ପ୍ୟାନେଲ୍‌ରେ କଭର୍‌ ହୋଇଥିବା ଛାତ ଅଛି। ସୋଲାର ପ୍ୟାନେଲ ପାଇଁ ପ୍ରଚୁର ବିଦ୍ୟୁତ ଉପଲବ୍ଧ ହୋଇଥାଏ। ଏଥିରେ ବର୍ଷାଜଳ ପ୍ୟୁରିଫିକେସନ୍‌ ସିଷ୍ଟମ୍‌ ବି ରହିଛି। ତେଣୁ ସ୍ବଚ୍ଛ ମଧୁରଜଳ ପିଇବାକୁ ମିଳିଥାଏ। ଉକ୍ତ ୟଟ୍‌ ହାଉସ୍‌ ନ ଭାସି ଜଳରେ ସ୍ଥିର ହୋଇ ରହିବାକୁ ଚାହୁଁଥିଲେ ଏହାର ଚାରୋଟି ହାଉଡ୍ରୋଲିକ ପାଇଲିଂ ପଦ୍ଧତି ବ୍ୟବହାର କରି ତାକୁ ଜଳସ୍ତରରୁ ଉପରକୁ ଉଠାଇପାରିବେ। ଏମିତି କି ଏହାକୁ ଜଳସ୍ତରରୁ ୩୦ ଫୁଟ୍‌ ଉଚ୍ଚ ପର୍ଯ୍ୟନ୍ତ ଟେକି ହେବ। ଏହା ଅଧିକ ଦୂର ଯାଇପାରେନା। ଉକ୍ତ ହାଉସ୍‌ ୟଟ୍‌ର ମୂଲ୍ୟ ହେଉଛି ୫.୫ ମିଲିୟନ୍‌ ଡଲାର।

Share