ଲକ୍‌ଡାଉନକୁ ନେଇ ବସ୍ତା ପ୍ରଶାସନର ବୈଠକ: ଉଲ୍ଲଂଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ବସ୍ତା,୨୬।୩(ଡି.ଏନ୍‌.ଏ): କରୋନା ମୁକାବିଲା ଲାଗି ଲକ୍‌ଡାଉନ୍‌ ଘୋଷଣା ପରେ ଏହାକୁ କଡ଼ାକଡି ଭାବେ କାର୍ଯ୍ୟକାରୀ କରାଯାଉଛି। ଏ ନେଇ ବୁଧବାର ଅପରାହ୍ନରେ ବାଲେଶ୍ୱର ଜିଲା ବସ୍ତା ପ୍ରଶାସନର ଜରୁରୀ ବୈଠକ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଡିଓ କୁକୁମୀନା ଦାସ, ତହସିଲଦାର କାର୍ତ୍ତିକ ଚନ୍ଦ୍ର ଦାଶ, ଥାନା ଆଇଆଇସି ମାନସ କୁମାର ଦେଓ, ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ଦେବବ୍ରତ ଜେନା ପ୍ରମୁଖ ମିଳିତ ହୋଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ପଦକ୍ଷେପ ସ୍ବରୂପ ଅତ୍ୟାବଶ୍ୟକ ବିଭିନ୍ନ ଦୋକାନ କେବଳ ସକାଳ ୭ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ସାମଗ୍ରୀ କିଣିବା ସମୟରେ ୧ ମିଟର ଦୂରତା ଅବଲମ୍ବନ କରିବେ । ତେଜରାତି ଦୋକାନଗୁଡ଼ିିକ ପୂର୍ବଭଳି ଖୋଲା ରହିବ। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢ଼ାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।