ମୁମ୍ବାଇ: ଫିଲ୍ମ ‘ମଣିକର୍ଣ୍ଣିକା’ ମାଧ୍ୟମରେ ବଲିଉଡ୍ରେ ଏଣ୍ଟ୍ରି କରିଥିବା ଟେଲିଭିଜନର ଫେମଶ ଆକ୍ଟ୍ରେସ୍ ଅଙ୍କିତା ଲୋଖଣ୍ଡେ ଏବେ ଆସିଛନ୍ତି ଚର୍ଚ୍ଚାକୁ। ନିକଟରେ ଆସିଥିବା ଟାଇଗର ଶ୍ରଫ, ଶ୍ରଦ୍ଧା କପୁର ଓ ରିତେଶ ଦେଶମୁଖଙ୍କ ଅଭିନୀତ ଫିଲ୍ମ ବାଗି-୩ରେ ବି ଅଙ୍କିତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା। ଏହା ବକ୍ସ ଅଫିସରେ ମଧ୍ୟ ହିଟ୍ ହୋଇଥିଲା। ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହୁଥିବା ଏହି ନାୟିକା ନିକଟରେ ତାଙ୍କ ଇନଷ୍ଟାଗ୍ରାମରେ ଏମିତି ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। ଅଙ୍କିତା ଅନେକ ସମୟରେ ତାଙ୍କ ପୁରୁଷ ବନ୍ଧୁ ଭିକ୍କି ଜୈନଙ୍କ ସହ ଫଟୋ ଶେୟାର କରିଥିବା ଦେଖାଯାଏ। ନିକଟରେ କିନ୍ତୁ ସେ ଯେଉଁ ଫଟୋ ଶେୟାର କରିଛନ୍ତି ସେଥିରେ ତାଙ୍କ ଆଙ୍ଗୁଠିରେ ଏକ ସୁନ୍ଦର ମୁଦି ଦେଖିବାକୁ ମିଳିଛି। ଆଉ ଏହାକୁ ଦେଖିବା ପରେ ଆଲୋଚନା ହେଉଛି କି ଲକ୍ଡାଉନ ଭିତରେ ଅଙ୍କିତାଙ୍କର ନିର୍ବନ୍ଧ ହୋଇଯାଇ ନାହିଁ ତ। ନିକଟରେ ସେ ଏକ ସାକ୍ଷାତକାରରେ କହିଥିଲେ ବିବାହ କରିବା ପୂର୍ବରୁ ସେ ଏକ ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବାକୁ ଚାହାଁନ୍ତି। ଯେଉଁଥିରେ ଦର୍ଶକେ ତାଙ୍କୁ ମନେ ରଖିବେ। ଏହାସହ ବିବାହ ପୂର୍ବରୁ ତାଙ୍କର ବହୁତ କିଛି କାମ ବାକି ଅଛି ବୋଲି ମଧ୍ୟ ସେ କହିଥିଲେ। ଏମିତିକି ସେ ବିବାହ ପରେ ଅଭିନୟ ଛାଡି ପାରିବେନି ବୋଲି ମଧ୍ୟ ସ୍ପଷ୍ଟ କରିଥିଲେ।