ଲକ୍‌ଡାଉନରେ କୁଇଜ୍‌ ପ୍ରତିଯୋଗିତା

ପ୍ୟାରିସ୍‌: ସବୁ ଦେଶରେ ଏବେ କରୋନାକୁ ହରାଇବା ପାଇଁ ଏକମାତ୍ର ଉପାୟ ଭାବେ ପାଳନ କରାଯାଉଛି ଲକ୍‌ଡାଉନ୍‌। ସେଥିପାଇଁ ଲୋକେ ଏବେ ଘର ଭିତରେ ସବୁବେଳେ ରହୁଛନ୍ତି। ତେବେ ପୂରାଦିନ ଘରେ ବସି ବସି ଅନେକ ବୋର୍‌ ହୋଇ ଯାଉଛନ୍ତି। କିନ୍ତୁ ଲକ୍‌ଡାଉନରେ ବୋର୍‌ ନହେବା ପାଇଁ ଏକ ଭିନ୍ନ ପନ୍ଥା ବାହାର କରିଛନ୍ତି ସ୍ବିଡେନର କମେଡିଆନ୍‌ ନୋଆମ୍‌ କାର୍ଟୁଜୁ। ନୋଆମ୍‌ ତାଙ୍କ ପ୍ୟାରିସ୍‌ ଆପାର୍ଟମେଣ୍ଟରେ ବାଲ୍‌କୋନିକୁ ଆସି ଅନ୍ୟ ଘରର ଲୋକଙ୍କ ସହ ବାଲ୍‌କୋନିରେ ରହି କୁଇଜ୍‌ ପ୍ରତିଯୋଗିତା କରୁଛନ୍ତି। ଆପାର୍ଟମେଣ୍ଟର ସବୁ ପରିବାର ଏବେ ବାଲ୍‌କୋନିକୁ ଆସି କୁଇଜ୍‌ ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ସବୁଠୁ ବଡ଼ କଥା ହେଉଛି କାର୍ଟୁଜୁଙ୍କ ଏହି କୁଇଜ୍‌ ପ୍ରତିଯୋଗିତା ଏବେ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ସିରିଜ୍‌ ଶୋ’ଭାବେ ପ୍ରଦର୍ଶିତ ହେଉଛି। କାର୍ଟୁଜୁଙ୍କ ଏହି ପ୍ରତିଯୋଗିତାରେ ଲୋକଙ୍କୁ ବିଭିନ୍ନ ପ୍ରକାରର ମନୋରଞ୍ଜନ ବି ହେଉଛି। କରୋନା ଭାଇରସ୍‌ ସଂକ୍ରମଣ ଭୟରେ ଲୋକେ ଆତଙ୍କିତ ନ ହୋଇ ପରିସ୍ଥିତିର ମୁକାବିଲା କରିବା ଆବଶ୍ୟକ। କାର୍ଟୁଜୁଙ୍କ ଏହି କାର୍ଯ୍ୟକ୍ରମ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ସହ ଲୋକଙ୍କୁ ବେଶ୍‌ ପ୍ରଭାବିତ କରିପାରିଛି।

Share