ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ ପାଇଁ ଦେଶରେ ଚାଲିଛି ଲକ୍ଡାଉନ୍। ଏହି ସମୟରେ ସମସ୍ତେ ନିଜ ନିଜ ପରିବାର ସହ କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରୁଛନ୍ତି। ବିଶେଷ ଭାବେ ଘରଲୋକଙ୍କ ପାଇଁ ହାତରେ ସମୟ ନ ଥିବା ସେଲିବ୍ରିଟିମାନେ ଏବେ ଅଧିକାଂଶ ସମୟ ନିଜ ପରିବାର ସହ କାଟୁଛନ୍ତି। ଆଉ ଏହାର କିଛି କିଛି ଦୃଶ୍ୟ ଅବା ଫଟୋ ପ୍ରଶଂସକଙ୍କ ପାଇଁ ସୋସିଆଲ ମିଡିଆରେ ଶେୟାର ମଧ୍ୟ କରୁଛନ୍ତି। ନିକଟରେ ବଲିଉଡ୍ ବେବୋ କରିନା କପୁର ଖାଁ ପୁଅ ତୈମୁର ଓ ସ୍ବାମୀ ଶୈଫ ଅଲି ଖାଁଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି। ସେହି ଫଟୋରେ ଲକ୍ଡାଉନ ସମୟରେ ଘରେ ରହି ଶୈଫ ପୁଅ ତୈମୁରଙ୍କ ଚୁଟି କାଟୁଥିବା ଦେଖାଯାଇଛି। ଏହି ଫଟୋ ସହ କରିନା କ୍ୟାପଶନରେ ଲେଖିଛନ୍ତି, ହେୟାର କଟ୍ କାହାକୁ ଦରକାର? ଫଟୋଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।