ମାନେକା ଗାନ୍ଧୀ
ପ୍ରଥମ ପର୍ଯ୍ୟାୟ କୋଭିଡ୍ ଲକ୍ଡାଉନ ସମୟରେ ଘଟିଥିବା ଲକ୍ଷଲକ୍ଷ ଘଟଣାରୁ ମୁଁ କେତୋଟି ଅନୁଭବ କରିଛି। ମାର୍ଚ୍ଚ ୨୪ରେ ଲାକ୍ଡାଉନ ଘୋଷଣା ହେବାବେଳେ ସାରା ଦେଶରେ କାର୍ଯ୍ୟରତ ପ୍ରାଣୀ ସ୍ବେଚ୍ଛାସେବୀମାନଙ୍କୁ ମୋ ଫୋନ୍ ନମ୍ବର ଦେଇଥିଲି। ଯଦି ସାହାଯ୍ୟ ଆବଶ୍ୟକ ଥିଲେ ମୋ ସହ ଯୋଗାଯୋଗ କରିବା ପାଇଁ ସେମାନଙ୍କୁ ଏହି ନମ୍ବର ଦେଇଥିଲି। ପ୍ରଥମରୁ ଭାବିଥିଲି ଅଳ୍ପ କେତୋଟି ସଂସ୍ଥା ହୁଏତ ମୋ ସହ ଯୋଗାଯୋଗ କରିବେ। କିନ୍ତୁ ସେମିତି ହେଲାନି। ବୁଲା ପ୍ରାଣୀମାନଙ୍କୁ ଖୁଆଇବା ପାଇଁ ପାସ୍ ଆବଶ୍ୟକ କରୁଥିବା,ରାସ୍ତାରେ ପୋଲିସଙ୍କ ପ୍ରଶ୍ନକୁ ସାମନା କରୁଥିବା ତଥା ଆର୍ଡବ୍ଲ୍ୟୁଏଏସ୍(ସାମାଜିକ ସଂଘ ଓ ପ୍ରେସ୍) ଦ୍ୱାରା ଶିକାର ଦେଉଥିବା ଲୋକମାନଙ୍କ ଠାରୁ ହଜାର ହଜାର କଲ୍ ଆସିଥିଲା। ଏଥିରୁ ଆଗକୁ ଏକ ସ୍ବେଚ୍ଛାସେବୀ ପ୍ରାଣୀ ଅଭିଯାନର ଯୁଗ ଆସୁଛି ବୋଲି ଜାଣି ମୁଁ ବହୁତ ଖୁସି ହେଲି। ଏବେ ସୁଦ୍ଧା ଆମେ ସାରା ଭାରତରେ ଏଭଳି ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଚିହ୍ନଟ କରିଛୁ। ପର ପର୍ଯ୍ୟାୟରେ ସେମାନଙ୍କୁ ସେମାନଙ୍କ ରାଜ୍ୟରେ ଲିଗାଲ୍ ଚାମ୍ପିୟନ ଓ ନୀତି ନିର୍ଦ୍ଧାରକ ଭାବେ ସଂଗଠିକ କରିବାର ଆବଶ୍ୟକତା ରହିଛି।
ଏହି ସମୟରେ କେତେକ ବ୍ୟକ୍ତି ଏହି ଅଭିଯାନରେ ନେତୃତ୍ୱ ନେଇଥିବା ଜାଣି ମୁଁ ବହୁତ ଖୁସି ହୋଇଛି। ଏମାନଙ୍କ ମଧ୍ୟରେ ରହିଛନ୍ତି କାବେରୀ ରାଣା (ନୋଏଡା), ଚେତନା ଜୋଶୀ (ଗୁଡଗାଁଓ),ନିରାଳି କେରାଡିଆ, ଲତା ପରମାର (ମୁମ୍ବାଇ), ଶିବାନନ୍ଦ ଡମ୍ବଲ (ବେଙ୍ଗାଲୁରୁ) ନିଘତ ଲୋନ (କଶ୍ମୀର), ରୁମ୍ପି ମଦାନ (ଜମ୍ମୁ), ତେଜୋଭାନାଥ ଅନୁପୁଞ୍ଜୋ (ଗୁଣ୍ଟୁର), ଅଜୟ ଡୋଗା (କୋଲକାତା), ଶଙ୍କୁନ୍ତଳା ମଜୁମ୍ଦାର (ଠାଣେ), ନୋର୍ମା ଆଲଭାରେସ୍ (ଗୋଆ), ଗୌରୀ ମାଉଲେଖି ଏବଂ ମିନାକ୍ଷୀ ଅଶ୍ୱସ୍ତି। ଇଶିତା ଯାଦବ ଓ କନିକା ଦଓ୍ବୋନ ଦେଶର ବିଭିନ୍ନ ଅଞ୍ଚଳ ସହ ମୋର ଯୋଗାଯୋଗ ରକ୍ଷା କରିବାରେ ପ୍ରମ୍ମୁଖ ଭୂମିକା ନେଇଥିଲେ। ଏହାଦ୍ୱାରା ବିଭିନ୍ନ ରାଜ୍ୟର ନିୟମ ସମ୍ପର୍କରେ ଲୋକମାନେ ଶୀଘ୍ର ଜାଣିପାରିଥିଲେ। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ମୁଁ ପ୍ରତ୍ୟକ୍ଷ ଭାବେ ସବୁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କ ସହ କଥା ହୋଇଥିଲି। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ମଧ୍ୟ କଥା ହୋଇ ନ ଥିଲି। କିନ୍ତୁ ସାଙ୍ଗେ ସାଙ୍ଗେ ଏମାନେ ସମସ୍ତେ ଲକ୍ଡାଉନ ସମୟରେ ପ୍ରାଣୀମାନଙ୍କୁ ଖାଇବାକୁ ଦେବାର ଆବଶ୍ୟକତାକୁ ଭଲ ଭାବେ ବୁଝିଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କ୍ଷଣାତ ପ୍ରାଣୀମାନଙ୍କୁ ଖାଦ୍ୟ ଦେବା ଲାଗି ସ୍ଥାନୀୟ ନଗରପାଳିକା ଓ ମ୍ୟୁନିସିପାଲିଟିକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଘୋଷଣା କରିଥିଲେ। ଏହାବାଦ୍ ସବୁ ରାଜ୍ୟର ମୁଖ୍ୟ ସଚିବ ବିଜ୍ଞତାର ପରିଚୟ ଦେଇଥିଲେ। ରାସ୍ତାରେ ବୁଲୁଥିବା ପ୍ରାଣୀମାନଙ୍କୁ ଖାଇବାକୁ ନ ଦେଲେ ସେମାନଙ୍କ ଅବସ୍ଥା କ’ଣ ହେବ ସେ ସମ୍ପର୍କରେ ସବୁ ରାଜ୍ୟର ଅଭିଜ୍ଞ ମୁଖ୍ୟ ସଚିବମାନେ ଜାଣିବାକୁ ପ୍ରୟାସ କରିଥିଲେ ଓ ଭଲ ଭାବେ ବୁଝିଥିଲେ ମଧ୍ୟ । କେବଳ ପଞ୍ଜାବର ମୁଖ୍ୟ ସଚିବ ମୋତେ ଭୁଲ୍ ତଥା ନିଜସ୍ବ ଦୀର୍ଘ ବକ୍ତବ୍ୟ ଶୁଣାଇଥିଲେ। ପ୍ରଥମେ ଲୋକମାନଙ୍କ କଥା ଭାବିବା ଉଚିତ ବୋଲି ସେ ମୋତେ କହିଥିଲେ। ସେ ତେଲଙ୍ଗାନା ମୁଖ୍ୟ ସଚିବଙ୍କ ଅହଂକାର ଓ କ୍ରୋଧ ତୁଳନାରେ କିଛି ନୁହନ୍ତି। ତେଲେଙ୍ଗାନା ମୁଖ୍ୟ ସଚିବ ଏବେ ସୁଦ୍ଧା ପାସ୍ ବନ୍ଦ କରିଛନ୍ତି ଏବଂ କୌଣସି କାର୍ଯ୍ୟରେ ସାଧାରଣ ଲୋକମାନଙ୍କୁ ସବୁଠୁ କମ୍ ସାହାଯ୍ୟ କରିଆସିଛନ୍ତି।
ବାସ୍ତବରେ ପ୍ରତ୍ୟେକ ରାଜ୍ୟରେ ଏସ୍ଏଚ୍ଓ ଓ ଡିସିପିିଙ୍କଠାରୁ ଆରମ୍ଭ କରି ସିଟି କମିଶନର ଏବଂ ଡିଜିପିଙ୍କ ପର୍ଯ୍ୟନ୍ତ ସମସ୍ତେ ବହୁତ ଭଲ କାର୍ଯ୍ୟ କରିଆସିଛନ୍ତି। ସେମାନେ କାର୍ଯ୍ୟରେ ଅଭିଜ୍ଞ, ବୁଦ୍ଧିମତ୍ତା ତଥା ବିଚାରଶୀଳତାର ପରିଚୟ ଦେଇଥିଲେ। ସର୍ବୋପରି ସେମାନେ ଖୁବ୍ ଦୟାଶୀଳ ଥିଲେ। ସେମାନେ ସିଧା ଯୋଗାଯୋଗ ରକ୍ଷା କରିଥିଲେ ଓ ଏହି ଛୋଟ ସମସ୍ୟା ବିଷୟରେ ଶୁଣିବାକୁ ଚାହଁିଥିଲେ। ସେମାନଙ୍କ ମଧ୍ୟରେ ଦିଲ୍ଲୀ କମିଶନର ଶ୍ରୀବାସ୍ତବ,ମୁମ୍ବାଇ କମିଶନର ପରମବୀର ସିଂ ଏବଂ ବେଙ୍ଗାଲୁରୁ କମିଶନର ଭାସ୍କର ରାଓ ଏହାକୁ ଭଲଭାବେ କାର୍ଯ୍ୟକାରୀ କରିଥିଲେ। ଲୋକମାନେ ଯେମିତି କଠୋର ଆଭିମୁଖ୍ୟ ଗ୍ରହଣ ନ କରିବେ, ତାହାକୁ ଦୃଷ୍ଟିରେ ରଖି ସେମାନେ ଫିଡର୍ମାନଙ୍କ ପାଇଁ ସମୟ ପରିବର୍ତ୍ତନ କରିଥିଲେ। ଦିଲ୍ଲୀ ଓ ମୁମ୍ବାଇର ଡିସିପିମାନେ ଶୀଘ୍ର କାର୍ଯ୍ୟ କରିବାରେ ସମାନ ଭାବେ ଦକ୍ଷ ଥିଲେ। ପଞ୍ଜାବର ଏସ୍ପିମାନେ ସାହାଯ୍ୟ କରିଥିବାବେଳେ ବିଶେଷକରି ଲଧିତ୍ଆନାରେ ସେମାନଙ୍କ କର୍ମଚାରୀମାନେ ଉପଦ୍ରବ ସୃଷ୍ଟି କରିଥିଲେ। ହରିୟାଣାର କଥା କିନ୍ତୁ ସ୍ବତନ୍ତ୍ର। ସେଠାରେ ପ୍ରତ୍ୟେକ ଜିଲାରେ ସବୁଠୁ କମ୍ ଉପତ୍ୀଡନ ଲକ୍ଷ୍ୟ କରାଯାଇଥିଲା। ଗୁଡଗାଁଓର ମ୍ୟୁନିସିପାଲ କମିଶନର ଜଣେ ଦକ୍ଷ ଓ ଭଲ ବ୍ୟକ୍ତି ଏବଂ ସେ ଖୁବ୍ ଶୀଘ୍ର ପ୍ରାଣୀମାନଙ୍କ ସମସ୍ୟାର ସମାଧାନ କରିପାରିଥିଲେ। ହରିୟାଣାର ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଯୋଗଦାନ ଲାଗି ମୁଁ ଧନ୍ୟବାଦ ଦେବାକୁ ଚାହେଁ। ଅନ୍ୟପକ୍ଷରେ ସେଠାରେ କିନ୍ତୁ ରାସ୍ତାରେ ପୋଲିସ ଉପଦ୍ରବ ସୃଷ୍ଟି କରିଥିଲେ। ସେହିଭଳି ଅହମ୍ମଦାବାଦ, ହାଇଦ୍ରାବାଦ ଏବଂ ଠାଣେରେ ସେମାନେ ଅନାବଶ୍ୟକ ଭାବେ ନିର୍ଯାତନା ଦେଇଥିଲେ। କିନ୍ତୁ ଝାଡ଼ଖଣ୍ଡରେ ସେମାନେ ଲୋକଙ୍କଠାରୁ ଟଙ୍କା ଆଦାୟ କରିବା କଥା ଚିନ୍ତା କରିଥିଲେ। ସେଥିପାଇଁ ସେମାନେ ସାଦା ପୋଷାକରେ ରାସ୍ତାରେ ଠିଆ ହୋଇଥିଲେ ଓ ଏମିତିକି ପାସ୍ଥିତ୍ବା ଲୋକମାନଙ୍କୁ ଟଙ୍କା ନ ଦେଲେ ଗିରଫ କରିବାକୁ ଧମକ ଦେଉଥିଲେ। ଗୋଟିଏ ଘଟଣା ସମ୍ପର୍କରେ ମୁଁ ଏସ୍ପିଙ୍କୁ ଅବଗତ କରିଥିଲି ଓ ଏହା ସମ୍ଭବତଃ ବନ୍ଦ ହୋଇଯାଇଥିଲା। ମାଙ୍ଗାଲୋରର ଜିଲାପାଳଙ୍କ ବ୍ୟତୀତ ଅନ୍ୟ ସବୁ ଜିଲାପାଳ ସମାନ ଭାବେ ଆଶ୍ଚର୍ଯ୍ୟଜନକ ଭାବେ ପ୍ରତିକ୍ରିୟା ଜଣାଇଥିଲେ। କ୍ଷମତା ଉପଯୋଗ କରିବାରେ ଦୁର୍ବଳ ଥିବା ଏହି ମହିଳା ଅଧିକାରୀଙ୍କୁ ଛାଡି ଅନ୍ୟମାନେ ପ୍ରାଣୀମାନଙ୍କ ପ୍ରତି ଦୟା ପ୍ରଦର୍ଶନ କରିଥିଲେ। ସେମାନେ ବୁଲାପ୍ରାଣୀମାନଙ୍କ କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟାରୁ ନିଜକୁ ଦୂରେଇ ନ ରଖି ତାହାର ସମାଧାନ କରିଥିଲେ। ଚଣ୍ଡିଗଡ଼ରେ ଜଣେ ଭଲ ଜିଲାପାଳ ଥିଲେ ବି ପାସ ଦେବା କ୍ଷେତ୍ରରେ ତାଙ୍କ ଜ୍ଞାନ କମ୍ ଥିବା ଲକ୍ଷ୍ୟ କରାଯାଇଥିଲା। ପାସ୍ ଦାୟିତ୍ୱରେ ଥିବା ଏହି ଅଧିକାରୀ ଜଣଙ୍କ ଦୈନିକ ଆବେଦନକାରୀଙ୍କୁ ୨ ଘଣ୍ଟା ଲାଗି ପାସ୍ ଦେଉଥିଲେ। ଏହାଦ୍ୱାରା ପ୍ରତିଦିନ ଲୋକମାନଙ୍କୁ ପୋଲିସ ପୋଷ୍ଟକୁ ଯିବାକୁ ସୁଯୋଗ ଦେଇ କରୋନା ସଂକ୍ରମଣ ଆଶଂକା ବଢାଇଥିଲେ। ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟ, ଏସ୍ପିସିଏ କୌଣସି କାରଣ ନଥାଇ ବନ୍ଦ ରହିଥିଲା। କିନ୍ତୁ ମୋହାଲି,ଦୟାଲାନ ଏବଂ ପଞ୍ଚକୁଲାର ମୁଖ୍ୟମାନେ ତ୍ୱରିତ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେମାନେ ସେମାନଙ୍କ କର୍ମଚାରୀମାନଙ୍କ ସହ ସ୍ଥାନୀୟ ଏନ୍ଜିଓଗୁଡିକୁ ପ୍ରାଣୀମାନଙ୍କୁ ଖୁଆଇବା କାର୍ଯ୍ୟରେ ସାମିଲ କରିଥିଲେ। କେବଳ ଏତିକି ନୁହେଁ ରୋଗଗ୍ରସ୍ତ ତଥା ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ପ୍ରାଣୀମାନଙ୍କୁ ଚିକିତ୍ସା କରିବା ଲାଗି ପ୍ରାଣୀଡାକ୍ତରମାନଙ୍କୁ ନିୟୋଜିତ କରିଥିଲେ।
ତାମିଲନାଡୁରେ ମୋତେ ସବୁଠୁ କମ୍ ହସ୍ତକ୍ଷେପ କରିବାକୁ ପଡିଥିଲା। ବ୍ୟବସାୟୀ, ହୋଟେଲ ତଥା ବ୍ଲୁ କ୍ରସ୍ ଭଳି ଆନିମଲ ଗ୍ରୁପ୍ଗୁଡିକ ଏକାଠି ପ୍ରାଣୀମାନଙ୍କୁ ଖୁଆଇବା ସହ ସେମାନଙ୍କ ଯତ୍ନ ନେବାରେ ଲାଗିଥିଲେ। ଜନ୍ଦଲ ବିଶ୍ୱ ବିଦ୍ୟାଳୟର ଛାତ୍ରମାନେ ପ୍ରାଣୀମାନଙ୍କ ପ୍ରତି ପ୍ରଶାସନର ନିର୍ଯାତନାକୁ ବିରୋଧ କରିଥିଲେ। କେବଳ ଏତିକି ନୁହେଁ ବିଶ୍ୱବିଦ୍ୟାଳୟର ୬୦୦ ଛାତ୍ର ମଧ୍ୟ ଆନିମଲ ଓ୍ବେଲଫେୟାର କ୍ଲବ୍ରେ ଯୋଗ ଦେଇଥିଲେ। ପୁଣେ ମୋତେ ସବୁଠୁ ବେଶି ଚାପଗ୍ରସ୍ତ କରିଥିଲା । ସେଠାରେ ସବୁଠୁ ଭଲ ଜିଲାପାଳ ଥିଲେ ବି ୨୦୦୦ କଳହପ୍ରିୟ ଫିଡର୍ ରହିଥିଲେ। ସୌଭାଗ୍ୟ ବଶତଃ ତାହା ସମାଧାନ ହେବା ପରେ ମୁଁ ଚାପରୁ ମୁକ୍ତି ପାଇଥିତ୍ଲି। ବେଙ୍ଗାଲୁରରେ ବି ଅଧିକାଂଶ ଫିଡର୍ ପରସ୍ପର ମଧ୍ୟରେ ବହୁ ସମୟ କଳହରେ ଲିପ୍ତ ରହୁଥିଲେ । ଠାଣେ ମୀରା ରାଡ୍ରେ ଲୋକମାନେ ସେମାନଙ୍କ ପାସ୍ ନେଇ ତା’ର ଅପବ୍ୟବହାର ମଧ୍ୟ କରିଥିଲେ।
ଗଣମାଧ୍ୟମ ଓ ସାମାଜିକ ସଂଘଗୁଡିକ(ଆର୍ଡବ୍ଲ୍ୟୁଏସ୍) ମୋତେ ଅଧିକ ଦୁଃଖ ଦେଇଥିଲା। ଗଣମାଧ୍ୟମ ପ୍ରାଣୀମାନଙ୍କ ସମ୍ପର୍କରେ ଗୁଜବ ପ୍ରଚାର କରିଥିଲା। ଗୋଟିଏ ଚ୍ୟାନେଲ ଏହା କଲାପରେ ମୁଁ ହସ୍ତକ୍ଷେପ କରି ତାହାକୁ ବନ୍ଦ କରିଥିଲି। ତା’ପରେ ପୁଣି ଆରମ୍ଭ ହୋଇଯାଉଥିଲା। ବିଲେଇ ବିରୋଧରେ ଲଗାତର ପ୍ରଚାର କରାଯିବା ଦ୍ୱାରା ହଜାର ହଜାର ନିର୍ଯାତନାର ଶିକାର ହୋଇଥିଲେ ଓ ଅନେକଙ୍କର ମୃତ୍ୟୁ ବି ଘଟିଥିଲା। ଏହା ବନ୍ଦ ହେବାପରେ ଏହାକୁ ଅନ୍ୟମାନଙ୍କ ଦ୍ୱାରା ପୁଣି ପ୍ରଚାର କରାଯାଇଥିଲା । ପରେ ସେମାନେ ଏଥିରୁ ବିରତ ରହିଥିଲେ। କୁକୁରମାନେ କରୋନା ଭାଇରସ ସଂକ୍ରମଣ କରିଥାନ୍ତି କୁହାଯାଉଥିବା ଏବେ ସୁଦ୍ଧା ଗୋଟିଏ କୁକୁର କି ବିଲେଇଠାରେ ଏହି ଭାଇରସ ମିଳିନି। ପ୍ରାଣୀ ନିନ୍ଦୁକମାନେ ଏହି ଭଳି ଗଣମାଧ୍ୟମକୁ ବ୍ୟବହାର କରିବେ ଏଥିର ସନ୍ଦେହ ନାହିଁ। ଗଣମାଧ୍ୟମ କାହଁିକି ଏହା କରୁଛି। ଭୟ ସୃଷ୍ଟି କରି ସେମାନେ ଟିଆର୍ପି ବଢାଇବା ଲାଗି ଚାହୁଁଛନ୍ତିି। ପିମ୍ପୁଡି ଓ ଅସରପାଠାରୁ ଏହି ଭାଇରସ ଆସିଛି ବୋଲି କେବେ କହିବେ ତାହା ଶୁଣିବାକୁ ମୁଁ ଅପେକ୍ଷା କରିଛି।
ସାଧାରଣତଃ ଅବସରପ୍ରାପ୍ତ ବ୍ୟକ୍ତିମାନଙ୍କ ନେତୃତ୍ୱରେ ରହିଥିବା ସମାଜ କଲ୍ୟାଣ ସଂଘକଗୁଡିକ ଏଭଳି ଲଜ୍ଜାଜନକ ବ୍ୟବହାର ପ୍ରଦର୍ଶନ କରୁଛନ୍ତି, ଯାହାଦ୍ୱାରା ଆର୍ଡବ୍ଲ୍ୟୁଏଏସ୍ ସିଷ୍ଟମ ପୂରା ବନ୍ଦ କରିଦେବା ଉଚିତ । ଏହାର ମଧ୍ୟ କୌଣସି ବୈଧାନିକ ସ୍ଥିତି ନାହିଁ। କିନ୍ତୁ ଏହା ସେତ୍ତ୍ୱେ ବି ସେମାନଙ୍କ ଅଞ୍ଚଳରେ ପ୍ରାଣୀମାନଙ୍କୁ ଖାଇବାକୁ ଦେବାରେ ନିୟୋଜିତ ବ୍ୟକ୍ତିମାନଙ୍କ ଉପରେ ଅକ୍ରମଣ ବନ୍ଦ କରିନଥିଲେ। ମୁଁ ଯେତେବେଳେ ଏହାକୁ ବିରୋଧ କଲି ସେମାନେ ପଛକୁ ହଟିଥିଲେ।
ଆମେ ଏବେ କୋଭିଡ-୧୯ ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କରୁଛେ। ଫିଡର୍ମାନଙ୍କ ନିକଟରୁ ଟଙ୍କା ଶେଷ ହୋଇଯାଉଛି। ପାସ୍ର ଆବଶ୍ୟକତା ଅଧିକ କିମ୍ବା କମ୍, ଯାହା ଥାଉ ପଛେ ମୋତେ ଏବେ ଦୈନିକ ୨୦ଟିରୁ କମ୍ (ଦିନକୁ ୫୦୦ଟି ପାସ୍ ତୁଳନାରେ) ପାସ ପାଇଁ କହିବା ଦରକାର ପଡୁଛି। କିନ୍ତୁ ଆର୍ଡବ୍ଲ୍ୟୁ ନିର୍ଯାତନାକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଲୋକମାନେ ଉଦାସ ରହିଥିବାବେଳେ ସେମାନେ ଅସନ୍ତୋଷର କାରଣ ଖୋଜୁଛନ୍ତି ଓ ତା ବିରୋଧରେ ଲଢେଇ କରିବାକୁ ଚାହୁଁଛନ୍ତି। ତେବେ ଏହି ସମୟରେ କିନ୍ତୁ ଧ୍ୟାନ କରନ୍ତୁ। ତାସ ଖେଳନ୍ତୁ। ଟିଭ ଦେଖନ୍ତୁନି।ପ୍ରାଣୀ ଓ ପକ୍ଷୀମାନଙ୍କୁ ଖୁଆନ୍ତୁ। ଦୟାଳୁ ହୁଅନ୍ତୁ। ଲକ୍ଡାଉନ ସମୟରେ ବାସହୀନ ପ୍ରାଣୀମାନଙ୍କ ବିଷୟରେ ଚିନ୍ତା କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତିି। ସେମାନଙ୍କ ପ୍ରତି ଦୟାଳୁ ହୁଅ।
Email: gandhim@nic.in