ଲକ୍‌ଡାଉନରେ ମାତିଛନ୍ତି ଲୁଟେରା

ପାଟପୁର,୨୦ା୪- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନଳା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ୨ ଘରୁ ଚୋରି ଉଦ୍ୟମ କରି ବିଫଳ ହୋଇଥିବାବେଳେ ଜଣେ ମହିଳାଙ୍କ ବେକରୁ ସୁନାହାର ଝାମ୍ପି ନେଇଛନ୍ତି। ପୋଲିସ ଲକ୍‌ଡାଉନ୍‌ରେ ବ୍ୟସ୍ତ ଥିବାବେଳେ ପାଟପୁର ଅଞ୍ଚଳରେ କିଛିଦିନ ହେଲା ଚୋର ମାତିଛନ୍ତି। ବିଳମ୍ବିତ ରାତିରେ ମହାନଳା ବଡ଼ସାହିର ଗୋପି ସାହୁ ଓ ପାଣତୁଲୁ ଦୋରାଙ୍କ କବାଟ ଭାଙ୍ଗି ଦୁର୍ବୃର୍ତ୍ତମାନେ ଚୋରି କରିବାକୁ ଉଦ୍ୟମ କରି ବିଫଳ ହୋଇଥିବାବେଳେ ଟି. କୁରେଶୁ ଦୋରାଙ୍କ ସ୍ତ୍ରୀ ଯମୁନା ଭୋର ପ୍ରାୟ ସାଢେ ୩ଟାବେଳେ ବାରିପଟେ ଅଳିଆ ପକାଇବାକୁ ଯାଇଥିବାବେଳେ ଦୁର୍ବୃତ୍ତମାନେ ସେ ପିନ୍ଧିଥିବା ସୁନାହାର (ପୁସ୍ତ)କୁ ଝାମ୍ପି ନେଇ ଫେରାର ହୋଇଯାଇଥିଲେ। ପାଟପୁର ପୋଲିସ ପହଞ୍ଚତ୍ ତଦନ୍ତ କରି ଫେରିଛି।

Share