Categories: ଜାତୀୟ

ଲକ୍‌ଡାଉନରେ ରେକର୍ଡ କଲା ପାର୍ଲେ-ଜି !

ନୂଆଦିଲ୍ଲୀ,୯।୬: କରୋନା ଭାଇରସ ସଂକ୍ରମଣ ପାଇଁ ଦେଶରେ ଜାରି ରହିଥିବା ଲକ୍‌ଡାଉନ ଯୋଗୁ ପ୍ରାୟତଃ ସମସ୍ତ ବ୍ୟବସାୟୀ କ୍ଷତି ସହିଛନ୍ତି। ଏମିତିକି କିଛି କିଛି ବ୍ୟବସାୟ ସମ୍ପୂର୍ଣ୍ଣ ରୂପେ ବନ୍ଦ ବି ହୋଇଯାଇଛି। ହେଲେ ପାର୍ଲେ-ଜି ବିସ୍କୁଟ ଏତେ ଅଧିକ ପରିମାଣରେ ବିକ୍ରି ହୋଇଛି ଯେ ସେ ତା’ର ୮୨ ବର୍ଷର ରେକର୍ଡକୁ ଭାଙ୍ଗିଛି ବୋଲି କୁହାଯାଉଛି। ମାତ୍ର ୫ ଟଙ୍କାରେ ମିଳିଥିବା ଏହି ବିସ୍କୁଟ ପ୍ୟାକେଟକୁ ଶହ ଶହ କିଲୋମିଟର ପାଦରେ ଚାଲି ଚାଲି ଯାଉଥିବା ପ୍ରବାସୀ ଶ୍ରମିକଙ୍କ ଭୋକ ମେଣ୍ଟାଇଛି। କେହି କେହି ଏହାକୁ କିଣିକି ଖାଇଛନ୍ତି ତ ଆଉ କିଏ ସାହାଯ୍ୟ ଆକାରରେ ଏହି ବିସ୍କୁଟ ବାଣ୍ଟିଛନ୍ତି। ଆହୁରି ମଧ୍ୟ କେତେକ ପରିବାର ଲକ୍‌ଡାଉନ ସମୟରେ ଘରେ ଏହି ବିସ୍କୁଟ ସାଇତି ରଖିଥିବା ଦେଖାଯାଇଛି। ପାର୍ଲେ-ଜି ୧୯୩୮ରେ ଦେଶବାସୀଙ୍କ ପ୍ରଥମ ପସନ୍ଦ ବିସ୍କୁଟ ଥିଲା। ଏବେ ଲକ୍‌ ଡାଉନ ସମୟରେ ଏହା ଯେଉଁ ପରିମାଣରେ ବିକ୍ରି ହୋଇଛି ତାହା ବିଗତ ୮୨ ବର୍ଷର ରେକର୍ଡ ଭାଙ୍ଗିଛି ବୋଲି କୁହାଯାଉଛି। ତେବେ ପାର୍ଲେ କମ୍ପାନୀର ସେଲ୍‌ସ୍‌ ନମ୍ବରରୁ ଏହା ସ୍ପଷ୍ଟ କରାଯାଇ ନ ଥିବା ବେଳେ ଏହା କିନ୍ତୁ କହିଛି ଯେ ଗତ ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସର ବ୍ୟବସାୟ ୮୦ ଦଶକ ମଧ୍ୟରେ ସବୁଠାରୁ ଭଲଥିଲା।

Share