ମୁମ୍ବାଇ,୭।୪: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଦେଶବ୍ୟାପୀ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍ଡାଉନ୍ ଜାରି ହୋଇଛି। ତେବେ ଏହାକୁ କେତେକ ଉଲ୍ଲଂଘନ କରୁଛନ୍ତି। ମହାରାଷ୍ଟ୍ରରେ ରାଜ୍ୟ ସରକାର ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏଠାରେ ଗୋଟିଏ ଦିନରେ ଲକ୍ଡାଉନ୍ ମାନୁ ନ ଥିବା ବ୍ୟକ୍ତିଙ୍କଠାରୁ ୩ ଳକ୍ଷରୁ ଅଧିକ ଟଙ୍କାର ଜରିମାନା ଆଦାୟ କରାଯାଇଛି। ସେହିପରି ୪୬ ଜଣଙ୍କ ବିରୋଧରେ ମାମଲା ଦାଏର କରାଯାଇଛି। ୩୮ ଗାଡ଼ି ଜବତ କରାଯାଇଛି। ସେହିପରି ୮୨୬ଟି ଯାନବାହନ ବିରୋଧରେ ଚାଲାଣ କଟା ଯାଇଛି।