ଭଦ୍ରକ ଅଫିସ,୨୫।୩: ଭଦ୍ରକ ସହରର ଏକ ବନ୍ଦ ଘର ଭିତରୁ ବୁଧବାର ଦୁଇ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ମଦ ଜବତ କରାଯାଇଛି। ଖବର ପାଇ ଟାଉନ ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ ନରିପୁର ଅଞ୍ଚଳରେ ଚଢ଼ାଉ କରି ଏହି ମଦ ଜବତ କରିଛି। ମଦ ରଖିଥିବା ବ୍ୟକ୍ତି ଫେରାର ହୋଇଯାଇଛନ୍ତି। ତେବେ ଲକ୍ଡାଉନ୍ ସମୟରେ ବିକ୍ରି ପାଇଁ ଏହି ମଦ ରଖାଯାଇଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିବା ସୂଚନା ମିଳିଛି।