ଲକ୍‌ଡାଉନ୍‌କୁ ଭୟ ନାହିଁ, ଦେଶରେ ମହଜୁଦ୍‌ ରହିଛି ଖାଦ୍ୟ-ଔଷଧ-ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ: ଅମିତ ଶାହା

ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ଦେଖାଦେଇଛି। ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍‌ଡାଉନ୍‌ ସମୟସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେବେ ଏନେଇ ଦେଶବାସୀ ଭୟ କରିବାର ଆବଶ୍ୟକତା ନାହିଁ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଟୁଇଟ୍‌ କରି ଜଣାଇଛନ୍ତି। ଦେଶରେ ପ୍ରର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ, ଔଷଧ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମହଜୁଦ୍‌ ରହିଥିବା ସେ କହିଛନ୍ତି। ଲୋକେ ଘରେ ସୁରକ୍ଷିତ ରହି ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିା ଆବଶ୍ୟକ। ଏହାଦ୍ୱାରା ବିନା ପରିଶ୍ରମରେ କରୋନା ଭୂତାଣୁକୁ ପରାଜିତ କରାଯାଇ ପାରିବ ବୋଲି ଶାହା କହିଛନ୍ତି।

Share