ଲକ୍‌ଡାଉନ୍‌: ଖୋଲା ରହିଛି ଓଖଲା ମାର୍କେଟ

ନୂଆଦିଲ୍ଲୀ,୪ ।୪: କରୋନା ଭାଇରସ ସଂକ୍ରମଣକୁ ଦେଖି ସାରା ଦେଶରେ ଲକ୍‌ଡାଉନ୍ ଘୋଷଣା କରାଯାଇଥିବା ବେଳେ ଏବେବି ରାଜଧାନୀ ଦିଲ୍ଲୀର ଓଖଲା ମାର୍କେଟ ଖୋଲା ରହିଛି । ପୂର୍ବପରି ଶନିବାର ଏଠାରେ ପନିପରିବା ଓ ଫଳ ଦୋକାନ ସବୁ ଖୋଲା ଥିବା ବେଳେ ଲୋକମାନଙ୍କର ଗହଳି ମଧ୍ୟ ଦେଖିବାକୁ ମିଳିଛି । ତେବେ ଏଠାରେ ପ୍ରାୟ ସୋସିଆଲ ଡିଷ୍ଟାନସିଂକୁ ଲୋକେ ପାଳନ କରୁଥିବା ଦେଖାଯାଇଛି । ସଂକ୍ରମଣରୁ ଦୂରେଇ ରହିବା ପାଇଁ ଲୋକେ ମାସ୍କ ପିନ୍ଧିଥିବା ମଧ୍ୟ ନଜରକୁ ଆସିଛି । ଫଳ ଓ ପନିପରିବା ଜରୁରୀ ସାମଗ୍ରୀ ମଧ୍ୟରେ ଆସୁଥିବାରୁ ଏହି ଲକ୍‌ଡାଲନ୍ ସମୟରେ ଏହା ଖୋଲା ରହିଥିବା ଜଣାପଡିଛି । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ୨୧ ଦିନିଆ ଲକ୍‌ଡାଉନ୍ ଘୋଷଣା କରିବା ପରଠାରୁ ବିଭିନ୍ନ ସ୍ଥାନରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନମାନ ଖୋଲା ରହିଛି ।

Share