ଲକ୍‌ଡାଉନ୍‌କୁ ସମସ୍ତେ ମାନିଲେ

ଫୁଲବାଣୀ ଅଫିସ, ୨୫ା୩: ଦେଶରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ରାଜ୍ୟର ସମସ୍ତ ଜିଲାକୁ ଲକ୍‌ଡାଉନ୍‌ କରାଯାଇଛି। କନ୍ଧମାଳ ଜିଲାରେ ଲକ୍‌ଡାଉନ୍‌ର ପ୍ରଭାବ ଦେଖିବାକୁ ମିଳିଛି ଧାର୍ଯ୍ୟ ହୋଇଥିବା ସମୟରେ ଜନସାଧାରଣ ବଜାରକୁ ଆସି ଅତ୍ୟାବଶ୍ୟକ ସାମଗ୍ରୀ କିଣି ଘରକୁ ଫେରୁଛନ୍ତି। ଜିଲାରେ ସକାଳୁ ୧୦ଟା ପର୍ଯ୍ୟନ୍ତ କିଣାବିକା କରିବା ପାଇଁ ଅନୁମତି ଦିଆଯାଇଛି। ଏହାପରେ ପୋଲିସ କଡ଼ା ଆଭିମୂଖ୍ୟ ଗ୍ରହଣ କରୁଛି। ମେଡିକାଲ ଏବଂ ଅତି ଜରୁରୀ କାମରେ କେତେଜଣ ଲୋକେ ରାସ୍ତାକୁ ବାହାରୁଥିବା ଦେଖାଯାଇଛି।
ରାଶନ ଏବଂ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବେଳେ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ପୋଲିସ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦୋକାନ ସମ୍ମୁଖରୁ ରାସ୍ତା ପାର୍ଶ୍ୱକୁ ନିଦ୍ଧିଷ୍ଟ ବ୍ୟବଧାନରେ ଗୋଲେଇ ଅଙ୍କନ କରାଯାଇଛି। ଜଣେ ପରେ ଜଣେ ଏହି ଗୋଲେଇରେ ଠିଆ ହୋଇ ସାମଗ୍ରୀ କିଣିବେ। ଫଳରେ ସଂକ୍ରମଣକୁ ଦୂରେଇ ଦିଆଯାଇ ପାରିବ। ଅନ୍ୟପକ୍ଷରେ ଅଯଥାରେ କେହି ବାହାରକୁ ନ ବାହାରି ଘରେ ରହିବାକୁ ଜିଲା ପୋଲିସ ପକ୍ଷରୁ ନିବେଦନ କରାଯାଇଛି।

Share