Categories: ଖେଳ

ଲକ୍‌ଡାଉନ୍‌ରେ ଇଞ୍ଜୁରିମୁକ୍ତ ହେବାକୁ ଚାହାନ୍ତି ପୋଗ୍‌ବା

ଲଣ୍ଡନ, ୪ା୫ (ଏଏଫ୍‌ପି): କୋଭିଡ୍‌-୧୯ ପାଇଁ ଲକ୍‌ଡାଉନର ସଦୁପଯୋଗ କରିବେ ମାଞ୍ଚେଷ୍ଟର ୟୁନାଇଟେଡ୍‌ ମିଡ୍‌ଫିଲ୍ଡର ପଲ୍‌ ପୋଗ୍‌ବା। ଇଞ୍ଜୁରିଜନିତ ସମସ୍ୟାରୁ ମୁକ୍ତ ହୋଇ ନିଜକୁ ସମ୍ପୂର୍ଣ୍ଣ ଫିଟ୍‌ କରିବା ଲାଗି ସେ ଚେଷ୍ଟା କରିବେ। କରୋନା ଭାଇରସ୍‌ କାରଣରୁ ମାର୍ଚ୍ଚରେ ପ୍ରିମିୟର ଲିଗ୍‌ ସସ୍‌ପେଣ୍ଡ କରାଯିବା ପୂର୍ବରୁ ପୋଗ୍‌ବା ୟୁନାଇଟେଡ୍‌ ପାଇଁ ମାତ୍ର ୮ଥର ଖେଳିଛନ୍ତି। ତେବେ ଗୋଇଠିରେ ସମସ୍ୟା ଯୋଗୁ ଫ୍ରେଞ୍ଚ୍‌ ବିଶ୍ୱକପ୍‌ ବିଜେତା ୨୦୨୦ରେ ଗୋଟିଏ ହେଲେ ମ୍ୟାଚ ଖେଳି ନାହାନ୍ତି। ଶେଷଥର ପାଇଁ ଡିସେମ୍ବର ୨୬ରେ ନ୍ୟୁକ୍ୟାସେଲ ବିପକ୍ଷ ମ୍ୟାଚ୍‌ରେ ସେ ଖେଳିଥିଲେ। ଗ୍ରୀଷ୍ଣଋତୁରେ ଯଦି ପ୍ରିମିୟର ଲିଗ୍‌ ପ୍ରତ୍ୟାବର୍ତ୍ତନ କରେ ତେବେ ସେତେବେଳକୁ ସେ ଠିକ୍‌ ହୋଇଯାଇଥିବେ ବୋଲି ଆଶା କରୁଛନ୍ତି। ମୋ ଘରେ ଗୋଟିଏ ଛୋଟ ଜିମ୍‌ ଅଛି। ବ୍ୟାୟାମ କରିବା ସହ ରନିଂ ମଧ୍ୟ କରୁଛି। ବଲ୍‌କୁ ନେଇ ଅଭ୍ୟାସ ମଧ୍ୟ ଜାରି ରଖିଛ। ନିଜକୁ ସମ୍ପୂର୍ଣ୍ଣ ସୁସ୍ଥ କରିବା ଲାଗି ଚେଷ୍ଟା ଚଳାଇଛି ବୋଲି ପୋଗ୍‌ବା ଏକ ସାକ୍ଷାତ୍‌କାରରେ କହିଛନ୍ତି।

Share