Advertisement

ଲକ୍‌ଡାଉନ୍‌ରେ କରୀନାଙ୍କ ଫ୍ୟାଶନ ଜଲଓ୍ବା, ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ର ଅନ୍ୟ ସେଲିବ୍ରିଟିଙ୍କ ପରି ଲକ୍‌ଡାଉନ୍‌ରେ କରୀନା କପୁର ମଧ୍ୟ ଘରେ ରହି ସମୟ ବିତାଉଛନ୍ତି। ଏହି ସମୟରେ ସେ କ’ଣ କରୁଛନ୍ତି ସେସବୁ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରି ଫ୍ୟାନ୍‌ମାନଙ୍କୁ ଜଣାଉଛନ୍ତି। ପୂର୍ବରୁ ସ୍ବାମୀ ଏବଂ ପୁଅଙ୍କ ସହ କିଛି ମଜାଦାର ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ଏକ ଫଟୋରେ ସେ ଘାସଗାଲିଚାରେ ଆରାମ କରୁଥିବା ନଜର ଆସିଥିଲେ। ସୈଫ ମଧ୍ୟ ଘାସ ଉପରେ ଶୋଇଥିବା ଫଟୋରେ ଦେଖିବାକୁ ମିଳିଥିଲା। ସେ ତାଙ୍କ ଛାତି ଉପରେ ଏକ ବହି ରଖିଥିବା ଦେଖିବାକୁ ମିଳିଥିଲା।

ଏବେ ଲକ୍‌ଡାଉନ୍‌ ସମୟର ଆଉ ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ସେ ଫ୍ୟାଶନ ଜଲଓ୍ବା ଦେଖାଇଛନ୍ତି। ଘର ଭିତରେ କରୀନା ଏକ ନୂଆ ଡ୍ରେସ୍‌ ପିନ୍ଧି ଠିଆ ହୋଇଥିବା ନଜର ଆସିଛନ୍ତି। ହଳଦିଆ ରଙ୍ଗର ଏହି ଟ୍ରାଇବାଲ ଡ୍ରେସ୍‌ଟି ତାଙ୍କୁ ଖୁବ୍‌ ମାନୁଛି। ଏହା ସହିତ ସେ କିଛି ଭିଡିଓ ମଧ୍ୟ ରେକର୍ଡିଂ କରିଛନ୍ତି। ବ୍ୟାକ୍‌ଗ୍ରାଉଣ୍ଡ୍‌ ମ୍ୟୁଜିକ୍‌ ବି ରହିଛି। ନିଜ ହିସାବରେ କରୀନା ଭିଡିଓଟିକୁ ଏଡିଟିଂ କରିଛନ୍ତି। ଏହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଫ୍ୟାନ୍‌ମାନେ ଫଟୋ ଏବଂ ଭିଡିଓକୁ ବେଶ୍‌ ପସନ୍ଦ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share