Advertisement

ଲକ୍‌ଡାଉନ୍‌ରେ ଗୁଥିଙ୍କ ସହ ଦର୍ଶକଙ୍କୁ ହସାଇବେ କପିଲ

ମୁମ୍ବାଇ: ଦେଶରେ ଚାଲିଥିବା ଲକ୍‌ଡାଉନ୍‌ ପାଇଁ ଫିଲ୍ମ ଠାରୁ ଆରମ୍ଭକରି ଟିଭି ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ସବୁ ଶୁଟିଂ ବନ୍ଦ ରହିଛି। ତେଣୁ ଅଧିକାଂଶ ଚ୍ୟାନେଲରେ ପୁୁରୁଣା ଶୋ’ ପ୍ରସାରିତ ହେଉଛି। ଅନ୍ୟ ଚ୍ୟାନେଲ ପରି ଏବେ କଲର୍ସରେ ମଧ୍ୟ ପୁରୁଣା ଶୋ’ ପ୍ରସାରିତ ହେବାକୁ ଯାଉଛି। ‘ମହାକାଳୀ’, ‘ରାମ ସିୟା କେ ଲବ କୁଶ’ ସହ ଲୋକପ୍ରିୟ କମେଡି ଶୋ’ ‘କମେଡି ନାଇଟ୍‌ସ ୱିଥ୍‌ କପିଲ’ ପ୍ରସାରିତ ହେବ। ଏବେ କପିିଲ ଗୁଥି(ସୁନୀଲ ଗ୍ରୋଭର)ଙ୍କ ସହ ମିଶି ଦର୍ଶକଙ୍କୁ ହସାଇବେ। ମହାକାଳୀ ଏବଂ ରାମ ସିୟା କେ ଲବ କୁଶ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରସାରିତ ହେବାକୁ ଥିବା ବେଳେ କମେଡି ନାଇଟ୍‌ସ ୱିଥ୍‌ କପିଲ ଶନିବାର ଏବଂ ରବିବାର ପ୍ରସାରିତ ହେବ।
ପ୍ରକାଶ ଥାଉକି, କମେଡି ନାଇଟ୍‌ସ ୱିଥ୍‌ କପିଲ ଜୁନ୍‌ ୨୦୧୩ରୁ ଜାନୁୟାରୀ ୨୦୧୬ ପର୍ଯନ୍ତ କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିଲା। ଏହା ପରେ କପିିଲ ଚ୍ୟାନେଲଠାର ଅଲଗା ହୋଇ ନିଜେ ‘ଦି କପିଲ ଶର୍ମା ଶୋ’ ନାମରେ କମେଡି ଆରମ୍ଭ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share