ଲକ୍‌ଡାଉନ୍‌ରେ ଘରୁ ନ ବାହାରିବା ପାଇଁ ଲୋକଙ୍କୁ ହାତ ଯୋଡ଼ିଲେ ଟ୍ରାଫିକ୍‌ ପୋଲିସ

ବିଜୟଓ୍ବାଡ଼ା,୨୮।୩: କରୋନା ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏପରସ୍ଥଳେ ଲୋକେ ସରକାରଙ୍କ ନିର୍ଦ୍ଦେଶ ବେ ଖାତିର କରି ଘରେ ନ ରହି ବାହାରକୁ ବାହାରୁଛନ୍ତି। ଏନେଇ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡ଼ାରେ ଟ୍ରାଫିକ ପୋଲିସଙ୍କ ପକ୍ଷରୁ ଏକ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି। ରାସ୍ତାରେ ଧାଡ଼ିବାନ୍ଧି ଟ୍ରାଫିକ ପୋଲିସ ଲୋକଙ୍କୁ ହାତ ଯୋଡ଼ି ଘରୁ ନ ବାହାରିବା ଲାଗି ଅନୁରୋଧ କରୁଛନ୍ତି। ଏହାର ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଇତିମଧ୍ୟରେ ଆନ୍ଧ୍ରପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି।

Share