କରୋନା ଭାଇରସ୍ ଯୋଗୁ ଗତ ଦୁଇ ମାସ ହେବ କୌଣସି ମ୍ୟାଚ୍ ଆୟୋଜନ କରାଯାଇ ନାହିଁ। ଫଳରେ ଖେଳାଳିମାନେ ଲକ୍ଡାଉନ୍ରେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଭାରତୀୟ କ୍ରିକେଟ ଦଳର ଅଧିନାୟକ କୋହଲି ଘରେ ବସି ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହୁଛନ୍ତି। ଇନ୍ଷ୍ଟାଗ୍ରାମରେ କୋହଲିଙ୍କ ଫଲୋୟର୍ସଙ୍କ ସଂଖ୍ୟା ମଧ୍ୟ ୬୨.୧ ମିଲିୟନ ଅର୍ଥାତ୍ ୬ କୋଟି ୨୧ ଲକ୍ଷ। ଏହି ଫ୍ୟାନ୍ ଫଲୋଇଙ୍ଗ୍ କାରଣରୁ ଇନ୍ଷ୍ଟାଗ୍ରାମରେ ରୋଜଗାର କରୁଥିବା ଟପ୍-୧୦ ଖେଳାଳିଙ୍କ ତାଲିକାରେ ଅଛନ୍ତି। ସେ ଏକମାତ୍ର କ୍ରିକେଟର୍ ଭାବେ ଏହି ଲିଷ୍ଟ୍ରେ ଟପ୍-୧୦ରେ ଅଛନ୍ତି। ଚଳିତବର୍ଷ ମାର୍ଚ୍ଚ ୧୨ରୁ ମେ ୧୪ ପର୍ଯ୍ୟନ୍ତ କୋହଲି ୩ଟି ସ୍ପନ୍ସର ପୋଷ୍ଟ କରି ପାଖାପାଖି ୩.୫୦ କୋଟି ଟଙ୍କା କମାଇଛନ୍ତି। ଗତ ୧୨ ମାସ ମଧ୍ୟରେ କୋହଲି ୫୬ଟି ପୋଷ୍ଟ କରି ୧୨୪ କୋଟି କମାଇଛନ୍ତି।