ବଲିଉଡ୍ ଅଭିନେତ୍ରୀ ସୋନମ କପୁର ସୋସିଆଲ ମିଡିଆ ଇନ୍ଷ୍ଟ୍ରାଗ୍ରାମ୍ରେ ସବୁବେଳେ ସକ୍ରିୟ। ପ୍ରତିଦିନ ସେ କିଛି ନା କିଛି ଫଟୋ ଶେୟାର କରିଥାନ୍ତି। ଏବେ କିନ୍ତୁ ସେ କିଛି ଫଟୋ ଶେୟାର କରି ଚର୍ଚ୍ଚାକୁ ଆସିଛନ୍ତି। ଏଥିସହ ଫଟୋରେ ସେ ଲେଖିଥିବା କ୍ୟାପ୍ସନ୍କୁ ମଧ୍ୟ ଲୋକେ ବହୁତ ପସନ୍ଦ କରୁଛନ୍ତି। ପ୍ରକୃତ କଥାଟା ହେଲା ସୋନମ ଏବେ ଘରେ ରହି ବୋର୍ ହୋଇଯାଇଛନ୍ତି। ତେଣୁ ସେ ନିଜର ଭିନ୍ନ ଭିନ୍ନ ୩ଟି ଫଟୋ ସେୟାର କରିବା ସହ କ୍ୟାପ୍ସନ ଲେଖିଛନ୍ତି, ‘ହେ ଭଗବାନ ମୁଁ କ’ଣ କରିବି’। ଏହାକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରିବା ସହ ଭିନ୍ନ ଭିନ୍ନ ମତ ପ୍ରକାଶ କରୁଛନ୍ତି।