ଲକ୍‌ଡାଉନ୍‌ରେ ଘରେ ରହିବାକୁ ଲୋକଙ୍କୁ ବୁଝାଉଛନ୍ତି ଯମରାଜ: ବାହାରେ ବୁଲିଲେ ବାନ୍ଧିନେବ ମୃତ୍ୟୁଦୂତ !

ହାଇଦ୍ରାବାଦ୍‌ ,୨।୪: ଦେଶରେ କରୋନା ସଂକ୍ରମଣକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି ହୋଇଛି। ସଚେତନତା ଅଭାବରୁ ବହୁ ଲୋକ ଏହାକୁ ଅଣଦେଖା କରି ବାହାରକୁ ବାହାରୁଛନ୍ତି। ଏଭଳି ଲୋକଙ୍କୁ ସଚେତନ କରାଇବା ଲାଗି ଆନ୍ଧ୍ରପ୍ରଦେଶ ପୋଲିସ ପକ୍ଷରୁ ଏକ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି। ପୋଲିସ ଟିମ୍‌ ସହିତ ଯମରାଜ ବେଶରେ ଥିବା କର୍ମଚାରୀ ବାହାରେ ବୁଲୁଥିବା ଲୋକଙ୍କୁ ବୁଝାଉଛନ୍ତି। ଯମରାଜଙ୍କ ସହିତ ତାଙ୍କ ରାଜସଭାର ଅଧିକାରୀ ଚିତ୍ରଗୁପ୍ତ ଏବଂ ମୃତ୍ୟୁଦୂତ ମଧ୍ୟ ରହିଛନ୍ତି। ଯଦି ଖୁସି ଚାହୁଁଛନ୍ତି ତେବେ ଘରେ ରୁହନ୍ତୁ ନଚେତ ଭାଗ୍ୟ ଖରାପ ଥିଲେ ବାହାରେ ବୁଲନ୍ତୁ । ବାହାରେ ବୁଲିଲେ ମୃତ୍ୟୁଦୂତ ବାନ୍ଧିନେବ ବୋଲି ଯମରାଜ କହୁଛନ୍ତି। ପୋଲିସ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ତାଙ୍କ ବିରୋଧରେ ଅନ୍ୟ ଆଇପିସି ଧାରା ମଧ୍ୟ ଲାଗୁ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ତେବେ ମୌଲାନା ମାର୍ଚ୍ଚ ୨୮ରୁ ଫେରାର ଥିବା କୁହାଯାଉଛି। କୁରନୁଲ୍‌ ଜିଲାର ଧୋନେ ସହରରେ ପୋଲିସ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଇବା ପାଇଁ ଯମରାଜଙ୍କୁ କାମରେ ଲଗାଯାଇଛି। ଏବେ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share