Advertisement

ଲକ୍‌ଡାଉନ୍‌ରେ ଡ୍ରୋନ୍‌ ଦ୍ୱାରା ପାନମସଲା ପଠାଉଥିବା ଟିକ୍‌ଟକ୍‌ ଭିଡ଼ିଓ ଭାଇରାଲ: ୨ ଗିରଫ

ଅହମଦାବାଦ,୧୪।୪: ଭାରତରେ କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ରହିଛି। ତେବେ କେତେକ ଏହାର ଗୁରୁତ୍ୱକୁ ହୃଦୟଙ୍ଗମ କରିପାରୁ ନ ଥିବା ମନେ ହେଉଛି। ଗୁଜରାଟରେ ୨ ଜଣ ଯୁବକ ଲକ୍‌ଡାଉନ୍‌ ସମୟରେ ଡ୍ରୋନ୍‌ ଦ୍ୱାରା ପାନମସଲା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପଠାଯାଉଥିବାର ଏକ ଟିକ୍‌ଟକ୍‌ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଅପ୍‌ଲୋଡ୍‌ କରିଛନ୍ତି। ୧୫ ସେକେଣ୍ଡର ଏହି ଭିଡ଼ିଓରେ ଜଣେ ଯୁବକ ଡ୍ରୋନ୍‌ ଦ୍ୱାରା ପଠାଯାଇଥିବା ପାନମସଲାକୁ ଗ୍ରହଣ କରୁଥିବାର ଦେଖିବାକୁ ମିଳୁଛି। ଏହି ଭିଡ଼ିଓ ଭାଇରାଲ ହେବାପରେ ପୋଲିସ ପକ୍ଷରୁ ତଦନ୍ତ କରାଯାଇ ସମ୍ପୃକ୍ତ ୨ ଯୁବକଙ୍କ ଗିରଫ କରାଯାଇଛି। ଅଭିଯୁକ୍ତମାନେ ମୋରବି ଅଞ୍ଚଳର ହିରେନ୍‌ ପଟେଲ ଏବଂ ରବି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ୨୫,୦୦୦ ଟଙ୍କାରେ ନିର୍ମିତ ହୋଇଥିବା ଡ୍ରୋନ୍‌କୁ ରାଜକୋଟ ପୋଲିସ ଜବତ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share