ଲକ୍‌ଡାଉନ୍‌ରେ ନିର୍ମାଣ ଶ୍ରମିକ କ୍ଷତିଗ୍ରସ୍ତ: ସରକାରୀ ସହାୟତା ପ୍ରଦାନ

ଚୌଦ୍ୱାର,୧୦ା୪(ଡି.ଏନ୍‌.ଏ.): କରୋନା ପାଇଁ ଚାଲିଥିବା ଲକ୍‌ଡାଉନ୍‌ ଯୋଗୁ ଆର୍ଥିକସ୍ତରରେ କ୍ଷତିଗ୍ରସ୍ତ ନିର୍ମାଣ ଶ୍ରମିକମାନଙ୍କୁ ପ୍ରତ୍ୟେକ ୧୫୦୦ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
ଏହି ଅନୁଯାୟୀ, କଟକ ଜିଲା କୋଠାବାଡ଼ି ନିର୍ମାଣ ଶ୍ରମିକମାନଙ୍କୁ ଚୌଦ୍ୱାରରେ ଅନୁଦାନ ଦେବା କାର୍ଯ୍ୟର ଶୁଭାରମ୍ଭ ହୋଇଛି। ପୌରପାଳିକାର ୧୦ ନମ୍ବର ଓ୍ବାର୍ଡସ୍ଥିତ ଯଯାତି କେଶରୀ କ୍ଲବ୍‌ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲା ଶ୍ରମ ଅଧିକାରୀ ବନମାଳୀ ମହାପାତ୍ର ଓ ପୌରନିର୍ବାହୀ ଅଧିକାରୀ ପବିତ୍ର ବେହେରା ଯୋଗଦେଇ ମୋଟ ୫୩ ଜଣ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏ ଅନୁଦାନ ପ୍ରଦାନ କରିଥିଲେ । ଜିଲା ଯୋଜନା ବୋର୍ଡ ସଦସ୍ୟ ଶୁଭେନ୍ଦୁ ସାମଲ, କାର୍ଯ୍ୟକ୍ରମର ନୋଡାଲ ଅଫିସର ସେକ୍‌ ରାଜୁଦ୍ଦିନ୍‌, ପୂର୍ବତନ କାଉନ୍‌ସିଲର ବିଜୟ କୁମାର ମଲ୍ଲିକ୍‌,ଶ୍ରମିକ ସଂଗଠନର କର୍ମକର୍ତ୍ତା ମନୋଜ କୁମାର ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Share