ଲକ୍‌ଡାଉନ୍‌ରେ ପାଠ ପଢ଼ିବେ ଦଶମ ଛାତ୍ରୀଛାତ୍ର: ସପ୍ତାହରେ ୫ ଦିନ ଦୂରଦର୍ଶନରେ ଏଜୁସାଟ୍‌ ପକ୍ଷରୁ ପ୍ରସ୍ତୁତ ଭିଡିଓର ପୁନଃ ପ୍ରସାରଣ ନିଷ୍ପତ୍ତି

ଭୁବନେଶ୍ୱର,୧୮।୪(ବ୍ୟୁରୋ): କରୋନା ମହାମାରୀ ମୁକାବିଲା ପାଇଁ ସାରା ରାଜ୍ୟରେ ଲକ୍‌ଡାଉନ୍‌ କଟକଣା ଜାରି ରହିଛି। ଏଥିରେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ବିଶେଷଭାବେ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଯାଉଥିବା ପିଲାମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ଲକ୍‌ଡାଉନ୍‌ ସମୟରେ ଦୁରଦର୍ଶନ ଜରିଆରେ ଦଶମ ପାଠ ପଢ଼ାଯିବ। ଏଜୁସାଟ୍‌ ପକ୍ଷରୁ ପ୍ରସ୍ତୁତ ଭିଡିଓର ପୁନଃ ପ୍ରସାରଣ ପାଇଁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ସ୍କୁଲ ଏଜୁକେଶନ ପ୍ରୋଗ୍ରାମ ଅଥରିଟି(ଓସେବା) ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି।

ସୂଚନାନୁଯାୟୀ, ଏପ୍ରିଲ ୨୦ରୁ ମେ’ ୧୨ ତାରିଖ ମଧ୍ୟରେ ୩୪ଟି ଭିଡିଓର ପୁନଃ ପ୍ରସାରଣ କରାଯିବ। ଦିନକୁ ୨ଥର ଘଣ୍ଟାଏ ଲେଖାଏଁ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ହେବ। ପ୍ରତି ସୋମବାରରୁ ଶୁକ୍ରବାର ଯାଏ ସକାଳ ୧୧ଟାରୁ ୧୨ଟା ଏବଂ ଦିନ ୩ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ପ୍ରସାରଣ ହେବ। ଗଣିତ, ଇଂରାଜୀ, ଭୂଗୋଳ, ଏସ୍‌ସିପି, ଏସ୍‌ସିଏଲ୍‌ ଆଦି ପାଠ ବିଷୟରେ ଛାତ୍ରୀଛାତ୍ରମାନେ ପଢ଼ିପାରିବେ ବୋଲି ସୂଚନା ମିଳିଛି।

Share