ପ୍ୟାରିସ୍,୮ା୪: ସାରା ବିଶ୍ୱରେ ବର୍ତ୍ତମାନ କରୋନା ଭାଇରସ୍ ଆତଙ୍କ ଖେଳାଇ ଚାଲିଛି। ଏଥିପାଇଁ ଅଧିକାଂଶ ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ଲୋକେ ଘରୁ ନ ବାହାରିବା ପାଇଁ କଟକଣା ଲାଗୁ କରାଯାଇଛି। କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ନିୟମକୁ କିଛି ସମୟ କୋହଳ କରାଯାଉଛି। କିନ୍ତୁ ଫ୍ରାନ୍ସର ଜଣେ ଯୁବକ ସାମାନ୍ୟ ସିଗାରେଟ୍ ଆଣିବା ପାଇଁ ଏହି ନିୟମ ଉଲ୍ଲଂଘନ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି।
ଦକ୍ଷିଣ ଫ୍ରାନ୍ସର ପେର୍ପିଗ୍ନସ ସହରରେ ଏହି ଘଟଣା ଦେଖିବାକୁ ମିଳିଛି। ଏହି ବଜାରରେ ସିଗାରେଟ୍ ମିଳିଲାନି। ଫଳରେ ଜଣେ ଯୁବକ ଚାଲି ଚାଲି ଫ୍ରାନ୍ସରୁ ଇଟାଲୀ ପଳେଇଲେ। ଏହି ସମୟରେ ପୋଲିସ ତାଙ୍କୁ ଧରି ନେବା ସହ ତାଙ୍କଠାରୁ ଜରିମାନା ଆଦାୟ କରିଛି। ପୋଲିସ ସଂପୃକ୍ତ ଯୁବକଙ୍କଠାରୁ ପ୍ରାୟ ୧୨୦ ୟୁରୋ ଅର୍ଥାତ୍ ଭାରତୀୟ ମୁଦ୍ରାରେ ୧୧,୦୦୦ ଟଙ୍କା ଜରିମାନା ଆଦାୟ କରିଛି।
ସୂଚନାଯୋଗ୍ୟ, ବିଶ୍ୱରେ କରୋନା ଭାଇରସ୍ ଆତଙ୍କ ସୃଷ୍ଟି କରିଥିବାରୁ ଫ୍ରାନ୍ସ ଏବଂ ସ୍ପେନ୍ ଲକ୍ଡାଉନ୍ ଘୋଷଣା କରାଯାଇଛି। କିନ୍ତୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଏଠାରେ ଉପଲବ୍ଧ। ଏହି ସମୟରେ ଫ୍ରାନ୍ସର ଲୋକେ ସିଗାରେଟ୍, ମଦ ପିଇବା ପାଇଁ ନିୟମ ଉଲ୍ଲଂଘନ କରି ବାହାରକୁ ଆସୁଛନ୍ତି। କାରଣ ଏହି ସମୟରେ ଏହିସବୁ ଜିନିଷ ସ୍ପେନ୍ରେ ଶସ୍ତାରେ ମିଳୁଛି। ଏହି ଦୁଇ ଦେଶର ହଜାର ହଜାର ଲୋକଙ୍କ କରୋନାରେ ମୃତ୍ୟୁ ଘଟିସାରିଥିବା ବେଳେ ତଥାପି ଲୋକେ ଚେତି ନାହାନ୍ତି।
Posted inକରୋନା ଭାଇରସ୍, ଫୁରସତ