Advertisement

ଲକ୍‌ଡାଉନ୍‌ରେ ରହି ଦୀପିକା ରଣବୀରଙ୍କୁ କହିଲେ ଏମିତି

ମୁମ୍ବାଇ: କରୋନା ଭାଇରସ୍‌ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରିରହିଛି। ଏହି ପରିସ୍ଥିତିରେ ବଲିଉଡ୍‌ କଳାକାରମାନେ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଛନ୍ତି। ଘରେ ରହି ଯାହା କରୁଛନ୍ତି ଫ୍ୟାନ୍‌ମାନଙ୍କୁ ସୋସିଆଲ ମିଡିଆରେ ଶେୟାର କରି ଜଣାଉଛନ୍ତି। ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଦୀପିକା ଏବଂ ସ୍ବାମୀ ରଣବୀର ସିଂ ସେଲ୍‌ଫ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। ଏହି ସମୟରେ ଦୀପିକା ଏକ ମଜାଳିଆ ପୋଷ୍ଟ କରିଛନ୍ତି। ଏଥିରେ ରଣବୀରଙ୍କୁ ସେ ବିରାଡ଼ି କହିଛନ୍ତି। ବିରାଡ଼ିମାନେ ସେମାନଙ୍କ ସମୟର ୭୦ ପ୍ରତିଶତ ଶୋଇଥା’ନ୍ତି। ଠିକ୍‌ ସେମିତି ରଣବୀର ଶୋଇ ରହୁଛନ୍ତି। ଦୀପିକା ରଣବୀରଙ୍କୁ ଏପରି ମଜାରେ କହିଛନ୍ତି।
ଏଥି ସହିତ ଦୀପିକା ରୋଷେଇ କରୁଥିବା ମଧ୍ୟ ସୋସିଆଲ ମିଡିଆରେ ଶେୟାର କରିଥିଲେ। ରଣବୀର ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଦୀପିକାଙ୍କ ସହ କେକ୍‌ ବେକିଂର ଭିଡିଓ ଶେୟାର କରିଛନ୍ତି। ସେ କେକ୍‌ ପ୍ରସ୍ତୁତ କରିବାର ପୂରା ପ୍ରଣାଳୀ ଫ୍ୟାନ୍‌ମାନଙ୍କୁ ଦେଖାଇଥିଲେ। ରଣବୀର ଏହାର ଫଟୋ ପୋଷ୍ଟ କରି ମୋ’ଦୀପୁ, ଲଭ୍‌ ୟୁ ବାବୁ ଯିଏ ସ୍ବାମୀ ପରମେଶ୍ୱରଙ୍କ ପାଇଁ ରୋଷେଇ କରୁଛନ୍ତି ଭଳି କ୍ୟାପଶନ୍‌ ଲେଖିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share