ଲକ୍‌ଡାଉନ୍‌ରେ ସହାୟତାର ହାତ ବଢ଼ାଉଛି ଡାକ ବିଭାଗ: ଲୋକଙ୍କ ପାଖରେ ପହଞ୍ଚି ସେବା ପ୍ରଦାନ କରୁଛନ୍ତି କର୍ମଚାରୀ, ନିସହାୟଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ

କଟକ ଅଫିସ,୨।୪: କରୋନା ମୁକାବିଲା ପାଇଁ ସାରା ରାଜ୍ୟରେ ଲକ୍‌ଡାଉନ ସ୍ଥିତି ଜାରି ରହିଛି। ଏହି ସମୟରେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି। ହେଲେ ଲକ୍‌ଡାଉନ୍‌ ଯୋଗୁ ଅନେକେ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ସାହାଯ୍ୟ କରିବାକୁ ବିଭିନ୍ନ ସ୍ବେଚ୍ଛାସେବୀ, ସରକାରୀ ଅନୁଷ୍ଠାନ, ପୋଲିସ ଆଗେଇ ଆସୁଥିବା ଦେଖାଯାଉଛି। ଇତିମଧ୍ୟରେ ଲୋକଙ୍କୁ ଅତ୍ୟାବଶ୍ୟକ ସେବା ଯୋଗାଇ ଦେଉଥିବା ଭାରତୀୟ ଡାକ ବିଭାଗ ମଧ୍ୟ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକଙ୍କ ପାଖରେ ପହଞ୍ଚି ବିଭିନ୍ନ ସେବା ପ୍ରଦାନ କରୁଛି। ବିଶେଷକରି ବିଭିନ୍ନ ସ୍ଥାନରୁ ଡାକରେ ଆସୁଥିବା ମେଡ଼ିସିନ ଲୋକଙ୍କ ଘରେ ନେଇ ଡାକ ବିଭାଗ ପହଞ୍ଚାଉଛି । ସେହିପରି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ଏଇପିଏସ୍‌(ଆଧାର ଏନେବୁଲ୍ଡ ପେମେଣ୍ଟ ସିଷ୍ଟମ) ଜରିଆରେ ପେନସନ୍‌ ଯୋଗାଇ ଦିଆଯାଉଛି। ଏହାଛଡ଼ା ଗୁରୁବାର ପୋଷ୍ଟ ଅଫିସ କଲ୍ୟାଣ ପାଣ୍ଠିରୁ କଟକ ନଗର ମଣ୍ଡଳ ନିସହାୟମାନଙ୍କୁ ଖାଦ୍ୟ ସମାଗ୍ରୀ ଚାଉଳ, ଡାଲି, ଅଟା, ଛତୁଆ, ବିସ୍କୁଟ, ସାବୁନ ଆଦି ବଣ୍ଟନ କରାଯାଇଥିଲା। କଟକ ନଗର ମଣ୍ଡଳର ବରିଷ୍ଠ ଡାକ ଅଧୀକ୍ଷକ ସୁଚିସ୍ମିତା ସ୍ବାଇଁଙ୍କ ନିର୍ଦ୍ଦେଶାନୁସାରେ ସହକାରୀ ଡାକ ଅଧିକ୍ଷକ ଅସିତ୍‌ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ବିଡାନାସି, ଚଣ୍ଡି ଛକ, ବକ୍ସି ବଜାର, ବାରବାଟୀ ଷ୍ଟାଡିୟମ ଆଦି ବିଭିନ୍ନ ଜାଗାରେ ଗରିବ ଏବଂ ନିସହାୟଙ୍କୁ ଖାଦ୍ୟ ସାମଗ୍ରୀ ବିତରଣ କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀର ବିଜୟ ଧାରା ଜାରି

ବେଙ୍ଗାଲୁରୁ,୧୦ା୪: ବୋଲରଙ୍କ ମାପଚୁପ ବୋଲିଂ ଏବଂ ଲୋକେଶ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ୬ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)କୁ...

ପରିବେଶ ସୁରକ୍ଷା ବାର୍ତ୍ତା ନେଇ ସାଇକେଲ୍‌ରେ ବିଶ୍ୱ ଭ୍ରମଣ କରୁଛନ୍ତି ଜୋଜୋ ଦାଦା

ଭୁବନେଶ୍ୱର,୧୦।୪: କେବଳ ଦେଶ ନୁହେଁ ବିଦେଶକୁ ସାଇକେଲରେ ଭ୍ରମଣ କରୁଛନ୍ତି ପଶ୍ଚିମବଙ୍ଗ ଲାଲଗୁଲା ମୁର୍ଶିଦାବାଦର ପ୍ରସନଜିତ୍‌ ଦାସ। । ଲୋକେ ତାଙ୍କୁ ଜୋଜୋ ଦାଦା ବୋଲି...

ମେ ୧୮ରୁ କଳିଙ୍ଗ ବ୍ଲାକ୍‌ ଟାଇଗର୍ସର ଅଭ୍ୟାସ

ଭୁବନେଶ୍ୱର, ୧୦।୪(ତପନ ସ୍ବାଇଁ): ରଗ୍‌ବୀ ଇଣ୍ଡିଆ ଓ ଜିଏମ୍‌ଆର୍‌ର ମିଳିତ ଆନୁକୂଲ୍ୟରେ ରଗ୍‌ବୀ ପ୍ରିମିୟର ଲିଗ୍‌ (ଆର୍‌ପିଏଲ୍‌) ଅନ୍ଧେରି ସ୍ପୋଟର୍‌ସ କମ୍ପ୍ଲେକ୍ସ(ମୁମ୍ବାଇ ଫୁଟ୍‌ବଲ ଆରେନା)ରେ ଆସନ୍ତା...

ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ

ନିରାକାରପୁର,୧୦।୪(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ରାମେଶ୍ୱର ନିକଟ କୁଆଁରୀ ଜଙ୍ଗଲରୁ ଜଣେ ଯୁବକଙ୍କ...

କାଳ ବୈଶାଖୀର ତାଣ୍ଡବ, ବର୍ଷା-ଘଡ଼ଘଡ଼ିରେ ୩୦ରୁ ଊର୍ଦ୍ଧ୍ୱ ଲୋକାଙ୍କ ମୃତ୍ୟୁ

ପାଟନା,୧୦।୪: ବିହାରର ନାଳନ୍ଦା, ସିୱାନ, ଭୋଜପୁର, ଗୋପାଳଗଞ୍ଜ, ବେଗୁସରାଇ, ସରନ, ଗୟା, ଜେହାନାବାଦ ଏବଂ ଅରୱାଲରେ ଗୁରୁବାର ଅବରାହ୍ନରେ ବଜ୍ରପାତ ଏବଂ ପ୍ରବଳ ବର୍ଷା ଯୋଗୁଁ...

ସଟସର୍କିଟରୁ ଅଗ୍ନିକାଣ୍ଡ: ସବୁକିଛି ଜଳିପୋଡ଼ି ପାଉଁଶ, ଜଣେ ଆହତ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ):ଭଞ୍ଜନଗର ଥାନା ଅନ୍ତର୍ଗତ ତୁରୁମୁ ପଞ୍ଚାୟତର ଜଡାହାଟୁଣିର ବିଜୟ ଚନ୍ଦ୍ର ପାଢ଼ୀଙ୍କ ଘରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା...

ଜଙ୍ଗଲରେ ନିଆଁ ଲିଭାଇଲା ବେଳେ ପୋଡ଼ି ଯାଇଥିଲେ କର୍ମଚାରୀ: ଆନ୍ଦୋଳନ ପରେ ମିଳିଲା ୧୦ ଲକ୍ଷ କ୍ଷତିପୂରଣ

କୁଆଁରମୁଣ୍ଡା,୧୦ା୪(ମହେନ୍ଦ୍ର କୁମାର ସାହୁ): ଇସ୍ପାତ ଜେନେରାଲ ହସ୍ପିଟାଲରେ ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ଠିକା ବନ କର୍ମଚାରୀ ସମରା ଓରାମ(୩୮)ଙ୍କ ମୃତ୍ୟୁ ଘଟିଥିଲା। ଗୁରୁବାର ମୃତକଙ୍କ ଗ୍ରାମ...

ହାସିନାଙ୍କୁ ଯିବାକୁ ପଡ଼ିବ ବାଂଲାଦେଶ? କୋର୍ଟ ଜାରି କଲେ ଓ୍ବାରଣ୍ଟ

ଢାକା,୧୦।୪: ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଆଉ ଏକ ଗିରଫଦାରୀ ୱାରେଣ୍ଟ ଜାରି କରାଯାଇଛି। ରାଜଧାନୀ ଢାକାର ଏକ କୋର୍ଟ ଗୁରୁବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image