ଲକ୍‌ଡାଉନ୍‌ରେ ସେବା ଯୋଗାଇବ ମୋ ବସ୍‌: ବିମାନବନ୍ଦର, ରେଳ ଷ୍ଟେଶନ, ବସ୍‌ଷ୍ଟାଣ୍ଡ୍‌ ଓ ହସ୍ପିଟାଲକୁ ସ୍ବତନ୍ତ୍ର ରୁଟ୍‌

ଭୁବନେଶ୍ୱର, ୨୨।୩(ବ୍ୟୁରୋ): କରୋନା ସଂକ୍ରାମଣ ଏଡ଼ାଇବାକୁ ୨୨ରୁ ୨୯ ତାରିଖ ଯାଏ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର। ତେବେ ଏହି ସମୟରେ କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ଦ୍ୱାରା ପରିଚାଳିତ ‘ମୋ ବସ୍‌’ ସେବା ଜାରି ରଖିବ। ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମୋ ବସ୍‌ କେବଳ ହସ୍ପିଟାଲ, ବିମାନବନ୍ଦର, ରେଳ ଷ୍ଟେଶନ ଓ ବସ୍‌ଷ୍ଟାଣ୍ଡ୍‌ରୁ ସେବା ଯୋଗାଇବ। ୨୩ରୁ ୨୯ ପର୍ଯ୍ୟନ୍ତ ମୋ ବସ୍‌ ସ୍ବତନ୍ତ୍ର ରୁଟ୍‌ରେ ଚଳାଚଳ କରିବ। ଘଣ୍ଟାଏ ବ୍ୟବଧାନରେ ଗୋଟିଏ ବସ୍‌ ଗୋଟିଏ ରୁଟ୍‌ରେ ଯାତାୟାତ କରିବ। ସେହିପରି ରୁଟ୍‌-୧ରେ ଏୟାରପୋର୍ଟରୁ ମାଷ୍ଟର କ୍ୟାଣ୍ଟିନ ୨ଟି ବସ୍‌, ରୁଟ୍‌-୧୧ରେ ନନ୍ଦନବିହାରରୁ ମାଷ୍ଟରକ୍ୟାଣ୍ଟିନ୍‌ ଦେଇ ଲିଙ୍ଗିପୁର ୩ଟି, ରୁଟ୍‌-୧୬ରେ ମାଷ୍ଟରକ୍ୟାଣଣ୍ଟିନ୍‌ରୁ ସିଡିଏ କଟକ ୩ଟି, ରୁଟ୍‌-୨୦ ମାଷ୍ଟରକ୍ୟାଣ୍ଟିନ୍‌ରୁ ଖୋର୍ଦ୍ଧା ୩ଟି, ରୁଟ -୨୩ ମାଷ୍ଟରକ୍ୟାଣ୍ଟିନ୍‌ରୁ ସମ୍‌ ହସ୍ପିଟାଲ ୩ଟି ଓ ରୁଟ୍‌-୨୩ରେ ମାଷ୍ଟରକ୍ୟାଣ୍ଟିନ୍‌ରୁ ଏମ୍ସ ହସ୍ପିଟାଲ ଯାଏ ୩ଟି ମୋ ବସ୍‌ ଚଳାଚଳ କରିବ ବୋଲି ଟୁଇଟ୍‌ ମାଧ୍ୟମରେ କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି।

Share