Advertisement

ଲକ୍‌ଡାଉନ୍‌: ଅନ୍‌ଲାଇନରେ ଯୋଗ ଶିଖାଇବେ ମଲାଇକା

ମୁମ୍ବାଇ: ବଲିଉଡ୍‌ର ଫିଟ୍‌ନେସ୍‌ କୁଇନ୍‌ ମଲାଇକା ଆରୋରା, ହଲିଉଡ୍‌ ଆକ୍ଟ୍ରେସ୍‌ ଜେନିଫର ଲୋପେଜ୍‌, ଏଲେକ୍ସ ରୋଡ୍ରିଗେଜ, ମାର୍କ ମସ୍ତ୍ରୋବ ଓ ଐଶ୍ୱର୍ଯ୍ୟ ଧନୁଷ ୧୪ ଦିନିଆ ଇମ୍ୟୁନିଟି ବିଲ୍‌ଡର ପ୍ରୋଗ୍ରାମରେ ଯୋଡି ହୋଇ ଯାଇଛନ୍ତି। ମଲାଇକା ଆରୋରାଙ୍କ ଯୋଗ ଓ ଓ୍ବେଲନେସ ଷ୍ଟୁଡିଓ ଚେନ ସର୍ବ ଦ୍ୱାରା ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ସେଲିବ୍ରିଟିମାନେ ଲୋକଙ୍କୁ ଯୋଗ ଶିଖାଇବେ ବୋଲି ଜଣାପଡିଛି। ଲକ୍‌ଡାଉନ୍‌ କାରଣରୁ ଘରେ ବସି ରହିଥିବା ଲୋକଙ୍କୁ ଅନ୍‌ଲାଇନରେ ଏମାନେ ଓ୍ବାର୍କ ଆଉଟ୍‌ କରି ଫିଟ୍‌ ରଖିବାକୁ ଚେଷ୍ଟା କରୁଥବା ଜଣାପଡିଛି। ତେବେ ଭାରତୀୟଙ୍କ ପାଇଁ ଏବେ ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି ମଲାଇକା ଆରୋରା। ତାଙ୍କ ସଂସ୍ଥା ଦ୍ୱାରା କରାଯାଇଥିବା ଏହି କାର୍ଯ୍ୟକ୍ରମ ପ୍ରାୟ୨୫ଟି ଦେଶରେ ଏକ ମାସ ମଧ୍ୟରେ ୭.୫ ହଜାର ଲାଇଭ୍‌ ସେଶନ କରିବାକୁ ଲକ୍ଷ୍ୟ ରଖିଛି। ଏଥିରେ ପ୍ରାୟ ୫୦ ଜଣ ପ୍ରଶିକ୍ଷକଙ୍କୁ ସାମିଲ କରାଯାଇଥିବା କୁହାଯାଉଛି। ଗାୟିକା, ନୃତ୍ୟଶିଳ୍ପୀ ଓ ଅଭିନେତ୍ରୀ ଜେନିଫର କହିଛନ୍ତି ସାରା ବିଶ୍ୱ ଆଜି କରୋନା ମହାମାରୀ ପାଇଁ ଗୋଟିଏ ରାସ୍ତାରେ ଠିଆ ହୋଇଛି। ଏଭଳି ସ୍ଥିତିରେ ଘରେ ରହି ଯୋଗ ମାଧ୍ୟମରେ ଆମେ ସୁସ୍ଥ ରହିପାରିବା ସବୁଠାରୁ ଖୁସିର କଥା ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share